Home ଓଡ଼ିଶା ଗାଁ ଦାଣ୍ଡରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୁକ୍ତ ଅଟକ

ଗାଁ ଦାଣ୍ଡରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୁକ୍ତ ଅଟକ

120

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୩/୦୬- ନୟାଗଡ ଜିଲ୍ଲା ରଣପୁର ଥାନା ରାଜସୁନାଖଳା ଫାଣ୍ଡି ଅଂଚଳ ରେ ଜମି କିଣା ବିକା କୁ ନେଇ ହତ୍ୟା ଓ ଆକ୍ରମଣ ବଢିବାରେ ଲାଗିଛି । ରାଜସୁନାଖଳା ଦେଇ ଖୋର୍ଦ୍ଧା ବଲାଙ୍ଗିର ରେଳ ଲାଇନ ଯିବା ପରେ ଘରଡିହ ଓ ଜମିର ଦାମ୍ ହୁ ହୁ ହୋଇ ବଢିବାରେ ଲାଗିଛି । ଯାହାକୁ ନେଇ ଅପରାଧିକ କାର୍ଯ୍ୟ ମଧ୍ୟ ବଢିବାରେ ଲାଗିଛି । ସେଭଳି ଏକ ଘଟଣା ଦେଖିବାକୁ ମିଳିଛି ରାଜସୁନାଖଳା ଟାଙ୍ଗୀସାହି ରେ । ଟାଙ୍ଗୀସାହି ରେ ଘଟିଥିବା ମରଣାନ୍ତକ ଆକ୍ରମଣ ରେ ବୀର କିଶୋର ନାୟକ ନାମକ ଜଣେ ଯୁବକ ମୁତ୍ୟୁ ସହିତ ସଂଗ୍ରାମ କରୁଥିବା ଅଭିଯୋଗ ଆଣିଛନ୍ତି ବୀର କିଶୋର ଙ୍କ ସ୍ତ୍ରୀ କବିତା ନାୟକ । ଘଟଣା ରୁ ପ୍ରକାଶ ଟାଙ୍ଗୀସାହି ର ହରେକୃଷ୍ଣ ମହାପାତ୍ର ଓ ତାଙ୍କ ଭଉଣୀ ନାମରେ ରାଜସୁନାଖଳା ତଳ ବଜାର ରେ ଏକ ଘରବାଡି ଯାଗା ରହିଥିଲା । ହରେକୃଷ୍ଣ ଙ୍କ ଭଉଣୀ ଉକ୍ତ ଯାଗା କୁ ଜଣେ ବ୍ୟକ୍ତି ଙ୍କୁ ବିକ୍ରୟ କରିଦେଇଥିଲେ । ଯାହାକୁ କି ହରେକୃଷ୍ଣ ବିରୋଧ କରୁଥିଲେ । ଏହି ଯାଗା ବାଡି ବିକ୍ରୟ ରେ ବୀର କିଶୋର ମଧ୍ୟସ୍ଥତା କରିଥିଲେ । ତେଣୁ ଜୁନ୍ ୧୩ ତାରିଖ ସକାଳୁ ହରେକୃଷ୍ଣ ବୀର କିଶୋର ଙ୍କୁ ସମାଧାନ କଥା କାହି ଡାକିଥିଲେ । ବୀର କିଶୋର ହରେକୃଷ୍ଣ ଙ୍କ ଘରେ ପହଂଚିବା ପରେ କଥାବାର୍ତ୍ତା ରୁ ଉଚ୍ଚବାଚ୍ଚ ହୋଇ ପାଟିତୁଣ୍ଡ ଲାଗିଥିଲା ।

ବୀର କିଶୋର ଉଠି ପଳାଇ ଆସିବା ସମୟରେ ହରେକୃଷ୍ଣ ବୀର କିଶୋର ଙ୍କୁ ଏକ ଧାରୁଆ ଗୁପ୍ତି ସାହାଯ୍ୟରେ ମରଣାନ୍ତକ ଆକ୍ରମଣ କରି ଗୋଡାଇଥିଲେ । ବୀର କିଶୋରଙ୍କ ଚିତ୍କାର ଶୁଣି ତାଙ୍କ ସ୍ତ୍ରୀ କବିତା ନାୟକ ଦଉଡି ଆସିବା ସମୟରେ ହରେକୃଷ୍ଣଙ୍କ ପରିବାର ତାଙ୍କୁ ମଧ୍ୟ ଉଲଗ୍ନ କରି ଆକ୍ରମଣ କରିଥିଲେ ବିଲୋ ଅଭିଯୋଗ ହୋଇଛି । ଅଭିଯୋଗ ପାଇଲା ପରେ ରାଜସୁନାଖଳା ଫାଣ୍ଡି ଅଧିକାରୀ  ଭୀମସେନ ମଲ୍ଲୀକ ଘଟଣାସ୍ଥଳ ରେ ପହଂଚି ଅଭିଯୁକ୍ତ ହରେକୃଷ୍ଣ ଙ୍କୁ ଧରିଆଣି ଫାଣ୍ଡିରେ ଅଟକ ରଖିଥିବା ଜଣାପଡିଛି । ଘଟଣାଟି ରାଜସୁନାଖଳା ରେ ଆଲୋଡମ ସୃଷ୍ଟି କରିଥିବା ବେଳେ ରଣପୁର ଥାନା ଇନିସ୍ପେକ୍ଟର ଜ୍ୟୋତି ପ୍ରକାଶ ପଣ୍ଡା ଘଟଣାର ପ୍ରତ୍ୟକ୍ଷ ତଦନ୍ତ କରୁଥିବା ଜଣାପଡିଛି । କିଛି ମାସ ତଳେ ରାଜସୁନାଖଳା ଫାଣ୍ଡି ସାମ୍ନା ରେ ଯାଗାବାଡି କୁ କେନ୍ଦ୍ର କରି ଶ୍ରବଣ ବାରିକ ନାମକ ଜଣେ ଯୁବକ କୁ ବମ୍ ପକାଇ ଗୁଳି ଫୁଟାଇ ହତ୍ୟା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.