Home ଓଡ଼ିଶା ଗାଁ ଆଡକୁ ମାଡି ଆସୁଛି ସମୁଦ୍ର

ଗାଁ ଆଡକୁ ମାଡି ଆସୁଛି ସମୁଦ୍ର

1034

ପୁରୀ,୩୦/୧୦,(ଓଡ଼ିଆ ପୁଅ ପି ନାୟକ):

କୂଳ ଲଘୁଂଛି ସମୁଦ୍ର । ଅସ୍ତରଙ୍ଗ ବ୍ଲକ୍‌ ଉଦୟକଣିରେ କୂଳ ଲଂଘୁଛି ସମୁଦ୍ର । ଯେଉଁଥିପାଇଁ ଆତଙ୍କିତ ଅବସ୍ଥାରେ ଅଛନ୍ତି ଆଖପାଖ ୫ଟି ଗାଁର ବାସିନ୍ଦା । ବିଶେଷ ଭାବରେ ଶିଶୁଆ ପଞ୍ଚାୟତର ଉଦୟକଣି, ତଣ୍ଡହାର, କଲମକନି, ଛେନୁ ଓ ଶିଙ୍ଗାରପାଳ ଗାଁକୁ ଏବେ ଏହି ଭୟ ଘାରିଛି । ଦେଖିବାକୁ ଗଲେ ,ଉଦୟକ ଛେନୁ ପର୍ଯ୍ୟନ୍ତ ୨ କିଲୋମିଟର ବ୍ୟାପୀ ସମୁଦ୍ର କୂଳ ଲଂଘୁଛି । କୂଳ ଲଘିଂବା କାରଣରୁ ଅନେକ ଧାନ ଫସଲରେ ପାଣି ମାଡି ସବୁ ନଷ୍ଟ ହେଉଛି । ଗତ ତିନି ଦିନ ହେବ ସମୁଦ୍ର ଦିନକୁ ଦୁଇ ଥର କ୍ଷୀପ୍ର ଗତିରେ କୂଳକୁ ମାଡ଼ିଆସୁଛି । ସମୁଦ୍ର ଢେଉକୁ ରୋକିବା ପାଇଁ ପୁରୀ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ଉଦୟକଣି ସମୁଦ୍ର କୂଳରେ ୨ କିମି ବ୍ୟାପି ତିନି ସ୍ତରର କିଆ ଗଛ ଲଗାଇବା ସହ ଝାଉଁ ବାଡ଼ କରାଯାଇଛି । ହେଲେ ସମୁଦ୍ର ଢେଉ ବାଡ଼ ଭାଙ୍ଗି ଗାଁ ମୁହାଁ ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.