Home ଅପରାଧ ମାମଲାରେ ଦଫା ଲଗାଇବାରେ କୋହଳ, ଏସପିଙ୍କ ଦ୍ୱାରସ୍ଥ ହେଲେ ପିଡିତ ପରିବାର

ମାମଲାରେ ଦଫା ଲଗାଇବାରେ କୋହଳ, ଏସପିଙ୍କ ଦ୍ୱାରସ୍ଥ ହେଲେ ପିଡିତ ପରିବାର

97

ଯାଜପୁର୩୦ା୧୦(ଓଡିଆ ପୁଅ) ଯାଜପୁର ଥାନାରେ ହୋଇଥିବା ଏକ ମାମଲାରେ ଦଫା ଲଗାଇବାରେ କୋହଲ ମନୋଭାବ ପୁଲିସ ନେଇଥିବାରୁ ଆଜି ପିଡିତଙ୍କ ପରିବାର ଏସପିଙ୍କ ଭେଟି ଗୁହାରୀ କରିଛନ୍ତି । ଏତଲା ଅନୁଯାୟୀ ଦଫା ଲଗାଇବାକୁ ଏସପି ଚରଣ ସିଂହମୀନା ଯାଜପୁର ଥାନାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରକାଶଯେ ଗତ ୨୮ ତାରିଖ ଯାଜପୁର ଥାନା ଅନ୍ତର୍ଗତ ମହାବୀର ଛକରେ ଏକ ଜଳଖିଆ ଦୋକାନରେ ଗ୍ରାହକ ଓ ମାଲିକ ମଧ୍ୟରେ ଜାତିଆଣାକୁ କେନ୍ଦ୍ରକରି ମାରପିଟ ହୋଇଥିଲା । ଫଳରେ ଉଭୟ ପକ୍ଷ ଆହତ ହୋଇଥିଲେ । ମାଲିକ ଲକ୍ଷ୍ମୀଧର ବେହେରା ମୁଣ୍ଡ ଫାଟିବା ସହ ସେ ଗରମ ତେଲ ଢାଳି ଦେଇଥିବା ଅଭିଯୋଗ କରିଥିଲେ ପିଡିତ ଗୌତମ ମଲିକ । ତାଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ପରେ କଟକ ସ୍ଥାନାନ୍ତର କରାଯାଇଥିଲା । ଗୌତମଙ୍କ ଭିଣୋଇ ଭାଗବତପୁର ଗ୍ରାମର ଅଶୋକ କୁମାର ଜେନା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ୩୨୯/୧୯ ଦଫା ୨୯୪, ୩୨୬ ରେ ମାମଲା ରୁଜ୍ଜୁ କରିଥିଲା । କିନ୍ତୁ ଜାତିଆଣା ଆକ୍ଷେପ ପାଇଁ ଦଫା ଲଗାଇନଥିଲା । ଫଳରେ ଆଜି କିଶୋର କୁମାର ଜେନାଙ୍କ ନେତୃତ୍ୱରେ ଅଶୋକ କୁମାର ଜେନା, ରଂଜନ କୁମାର ଜେନା, ସୁଶାନ୍ତ କୁମାର ଜେନା, ଆକାଶ ଜେନା, ମଦନମୋହନ ଯେନା ପ୍ରମୁଖ ଏସପିଙ୍କୁ ଭେଟି ଏହି ମାମଲାରେ ଜାତିଆଣା ଦଫା ଲଗାଇବାକୁ ଅନୁରୋଧ କରିଥିଲେ ।B.N.Patri

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.