Home ଜିଲ୍ଲା ପରିକ୍ରମା ଗାଁକୁ ଗଲାନାହିଁ ଗାଡି, ସାଙ୍ଗୀରେ ବୁହାହୋଇ ଚିକିତ୍ସା ହେବାକୁ ଗଲେ ବୃଦ୍ଧା

ଗାଁକୁ ଗଲାନାହିଁ ଗାଡି, ସାଙ୍ଗୀରେ ବୁହାହୋଇ ଚିକିତ୍ସା ହେବାକୁ ଗଲେ ବୃଦ୍ଧା

108

ଭଦ୍ରକ ୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ପୁଣି ଥରେ ଏହି ଜିଲାର ଚାନ୍ଦବାଲି ବ୍ଲକ୍‌ର ବିକାଶର ଏକ ନଗ୍ନ ଚିତ୍ର ପଦାରେ ପଡିଛି । ଗାଁ ରାସ୍ତା ମାଟି କାଦୁଅ ପଚପଚ ହେଉଥିବାରୁ କୌଣସି ଚାରିଚକିଆ ଗାଡି ନଯିବା ଫଳରେ ବାଧ୍ୟହୋଇ ଜଣେ ୭୦ ବର୍ଷର ବୃଦ୍ଧାଙ୍କୁ ସାଙ୍ଗୀ ଦୋଳିରେ ବୁହା ହୋଇ ଡାକ୍ତରଖାନା ପର୍ଯ୍ୟନ୍ତ ନେଇଛନ୍ତି ତାଙ୍କ ପରିବାର ଲୋକେ । ଏଭଳି ଏକ ଅଭାବନୀୟ ତଥା ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି ଚାନ୍ଦବାଲି ବ୍ଲକ୍ ଚଡଦିଆ ପଂଚାୟତର ହରେକୃଷ୍ଣପୁର ଗ୍ରାମରେ । ପ୍ରାପ୍ତ ଖବର ମୂଳେ ଏହି ଗାଁର ରାନୀ ପରିଡା ନାମକ ଜଣେ ୭୦ ବର୍ଷର ବୃଦ୍ଧାଙ୍କୁ ଝାଡା ବାନ୍ତି ହେବାରୁ ପରିବାର ଲୋକେ ତୁରନ୍ତ ମେଡିକାଲ ନେବାକୁ ଚାରିଚକିଆ ଯାନକୁ ଫୋନ୍ କରିଥିଲେ । ମାତ୍ର ଗ୍ରାମ ରାସ୍ତା ଭଲ ନଥିବାରୁ ସମସ୍ତ ଗାଡି ନାସ୍ତିବାଣୀ ଶୁଣାଇଥିଲେ । ଫଳରେ ପରିବାର ଲୋକେ ବାଧ୍ୟହୋଇ ଏକ ପ୍ଲାଷ୍ଟିକ୍ ଦୋଳିରେ ସାଙ୍ଗୀ କରି ବୃଦ୍ଧାଙ୍କୁ ଶୁଆଇ କାଦୁଅ ପଚପଚ ରାସ୍ତାରେ ଗ୍ରାମରୁ ମୁଖ୍ୟ ରାସ୍ତାକୁ ଆଣିଥିଲେ । ସେଠାରୁ ଏକ ଅଟୋରେ ପାଖ ଚଡଦିଆ ବଜାରରେ ଚିକିତ୍ସିତ କରାଇ ଘରକୁ ସେହି ସାଙ୍ଗୀ ମାଧ୍ୟମରେ ଫେରିଥିବାର ଜଣାପଡିଛି । ତେବେ ଏହି ରାସ୍ତା ସଂପର୍କରେ ସ୍ଥାନୀୟ ସରପଞ୍ଚ ଓ ବ୍ଲକ୍ ପ୍ରଶାସନକୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଉକ୍ତ ଗ୍ରାମକୁ ପକ୍କା ସଡକଟିଏ ହୋଇପାରୁନଥିବା ବିଷୟ କହିଛନ୍ତି ଗାଁ ଲୋକେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.