Home ଓଡ଼ିଶା ଗରିବ ଲୋକଙ୍କ ପାଇଁ ସୁଲଭ ମୂଲ୍ୟରେ ଓଡିଶା ଜୀବିକା ମିଶିନ ପକ୍ଷରୁ ମାସ୍କ ବିକ୍ରୟ କେନ୍ଦ୍ର...

ଗରିବ ଲୋକଙ୍କ ପାଇଁ ସୁଲଭ ମୂଲ୍ୟରେ ଓଡିଶା ଜୀବିକା ମିଶିନ ପକ୍ଷରୁ ମାସ୍କ ବିକ୍ରୟ କେନ୍ଦ୍ର ଖୋଲିଲା

801

ମାଲକାନଗିରି,୨ା୫ (ଓଡିଆ ପୁଅ )ସମଗ୍ର ଦେଶରେ କରୋନା ମହାମାରୀ ର ଆତଙ୍କ ସୃଷ୍ଟିକରି ଲକ ଡାଉନ ହୋଇଥିବା ବେଳେ ମୁହଁରେ ମାସ୍କ ଲଗାଇବା ବାଧ୍ୟତା ମୁଳକ କରାଯାଇଛି । ସେଥିନିମନ୍ତେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ସାତଟି ଯାକ ବ୍ଲକରେ ଓଡିଶା ଜୀବିକା ମିଶନ ପକ୍ଷରୁ ମହିଳା ସ୍ୱୟଂସହାୟକ ଗୋଷ୍ଠିଙ୍କ ଦ୍ୱାରା ପ୍ରସୁତ ହୋଇଥିବା ମାସ୍କ ଗୁଡିକୁ ସୁଲଭ ମୂଲ୍ୟରେ ବିକ୍ରୟ ନିମନ୍ତେ ମାସ୍କ ବିକ୍ରୟ କେନ୍ଦ୍ରଖୋଲା ଯାଇଛି । ମାଲକାନଗିରି ଜିଲ୍ଲାସଦର ମହକୁମା ଠାରେ ଖୋଲା ଯାଇଥିବା ସୁଲଭ ମାସ୍କ ବିକ୍ରୟ କେନ୍ଦ୍ରକୁ ଓଏଲଏମ ଜିଲ୍ଲା ପୋଗ୍ରାମ ମ୍ୟାନେଜର ପବିତ୍ରମୋହନ ବାରା ଉଦଘାଟନ କରି ମହିଳା ସ୍ୱୟଂସହାକ ଗୋଷ୍ଠିଙ୍କୁ କରୋନା ଭାଇରସ ଓ କୋଭିଡ୧୯ ଲକଡାଉନ ନିୟମ ପାଳନ କରି ଘରୁ ବାହାରକୁ ବାହାରିବା ନାହିଁ,ବାରମ୍ବାରା ହାତ ଧୋଇବା,ମୁହଁରେ ମାସ୍କ ଲଗାଇବା,ସାମାଜିକ ଦୂରତା ରକ୍ଷାକରିବା ଆଦି ଜନ ସଚେତନତାର ବାର୍ତା ଦେଇଥିଲେ । ଏହି ଅବସରେ ଅତିରିକ୍ତ ଗୋଷ୍ଠିଉନ୍ନୟନ ଅଦିକାରୀ,ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ,ଓଏଲଏମ ବ୍ଲକ ସଂଯୋଜକ ଓ ସମାଜସେବୀ ବିନାଶ କୁମାର ମିଶ୍ର ପ୍ରମୁଖ ଅଧିକାରୀ ଉପସ୍ଥିତ ଥିଲେ

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.