Home ଓଡ଼ିଶା ଗରିବ ଆଦିବାସୀ ବିଧବା ମହିଳାଙ୍କୁ ବେଡିଉପରେ କୋରଡା ମାଡ,ବର୍ଷାରେ ବିରାଟ ଘାଇ ସୃଷ୍ଟି ହୋଇ ଚାଷଜମି...

ଗରିବ ଆଦିବାସୀ ବିଧବା ମହିଳାଙ୍କୁ ବେଡିଉପରେ କୋରଡା ମାଡ,ବର୍ଷାରେ ବିରାଟ ଘାଇ ସୃଷ୍ଟି ହୋଇ ଚାଷଜମି ଧୋଇଗଲା

117

ମାଲକାନଗିରି,୬ା୭(ଓଡିଆ ପୁଅ ) ସମଗ୍ର ବିଶ୍ୱରେ କରୋନା ଆତଙ୍କ ଦେଖାଦେଇ ଥିବା ବେଳେ ଜଣେ ଗରିବ ବିଧବା ଆଦିବାସୀ ମହିଳାଙ୍କ ପ୍ରତି ବେଢି ଉପରେ କରୋଡା ମାଡ ଭଳି ବିପତି ଦେଖାଦେଇଛି । ମାଲକାନଗିରି ଜିଲ୍ଲା କୋରକୁଣ୍ଡା ବ୍ଲକ ତାର୍ଲାକୋଟା ପଚାଂୟତ ଅଣ୍ଡାଲଗୁଡା ଗ୍ରାମର ଗରିବ ବିଧବା ମହିଳା ସୁବଣ୍ଣ ର୍ା ପଡାଲ(୨୬), ତାଙ୍କ ସ୍ୱାମୀ ଗୁପ୍ତପଡାଲ ଗତ ୬ବର୍ଷତଳେ ଗଛରୁ ପଡି ମୃତ୍ୟୁଘଟିଥିଲା । ସ୍ୱାମୀ ଆରପାରିକୁ ଚାଲିଗଲା ପରେ ଘରଚଳାଇବା ପାଇଁ ପରଘରେ ମୂଲ ମଜୁରୀ ଲାଗି ବହୁଦୁଃଖ କଷ୍ଟରେ ନିଜର ତିନୋଟି ଛୁଆଙ୍କ ପେଟକୁ ଦାନା ଯୋଗାଡ କରୁଥିଲେ, କରୋନା ମହାମାରି ପାଇଁ କୁଲିମଜୂରୀ କାମ ନମିଳିବାରୁ ସ୍ୱାମୀଙ୍କ ନାମରେ ଥିବା ୨ ଏକର ଜମିରେ ସୁବଣ୍ଣ ର୍ା ଚଳିତ ବର୍ଷ ଧାରକରଜ କରି ଧାନବୁଣିଥିଲେ । ସେ କେତ ଆଶାକରିଥିଲେ ଧାନ ଫସଲ ଅମଳ ହେବାପରେ ତାଙ୍କର ଦୁଇ ପଇସା ରୋଜଗାର ହେବ, ପୁଅ ଝିଅଙ୍କ ପେଟକୁ ଦାନା ଯୋଗାଡ କରିବେ । ହେଲେ ଦଇବ ଦାଉସାଜିଲା ବେଢିଉପରେ କରୋଡା ମାଡପରି ପ୍ରବଳ ବର୍ଷାରେ ତାଙ୍କ ଜମି ନିକଟରେ ଯାଇଥିବା ଏକ ନାଳରେ ପାଣି ଭର୍ତି ହେବାଦ୍ୱାରା ବିରାଟ ଘାଇ ସୃଷ୍ଟି ହୋଇ ପାଣି ଜମିକୁମାଡିଗଲା ଜମିରେ ମଧ୍ୟ ଘାଇସୃଷ୍ଟି ହୋଇ ଜମିରେ ବାଲିଚରିଯାଇ ଚାଷକରିଥିବା ଧାନଗଛ ସବୁ ନଷ୍ଟହୋଇଗଲା । ୨ ଏକର ଜମିରୁ ପ୍ରାୟ ଏକ ଏକର ଜମିରେ ବାଲିଚରି ଯିବାସହ ଜମି ଧୋଇ ହୋଇଯାଇଛି । ଏ ସଂପର୍କରେ ମୃତିକା ସଂକ୍ଷଣ ବିଭାଗକୁ ବାରମ୍ବାର ଜଣାଇଲେ ମଧ୍ୟ ଜମି ନିକଟରେ ଆଡି ବନ୍ଧ କରୁନଥିବାରୁ ଜମିନଷ୍ଟ ହୋଇଗଲାଣି । ଗୋଟିଏ ପଟେ କରୋନା ମାଡ ସାଙ୍ଗକୁ ଅନ୍ୟପଟେ ଚାଷ ଜମିରେ ଘାଇ ହୋଇସୃଷ୍ଟି ହୋଇ ଜମି ନଷ୍ଟହେବା ଘଟଣାରେ ଗରିବ ବିଧବା ମହିଳାଙ୍କ ଭାତହାଣ୍ଡି ଭାଙ୍ଗିଗଲାପରି ଲାଗିଛି, ଘରକୁ ସେ ଏକା କଣବା କରିବେ କେମିତି ପରିବାର ଚଳାଇବେ ସେଚିନ୍ତାରେ ପଡିଯାଇଛନ୍ତି ସୁବଣ୍ଣ ର୍ା । ବଡ ପୁଅ ଗୋବର୍ଦ୍ଦନ ୯ମ ଶ୍ରେଣୀ,ମଝିଆ ପୁଅ ରମେଶ ୭ମ ଶ୍ରେଣୀ ଓ ଝିଅ ମମତା ୪ର୍ଥ ଶ୍ରେଣୀରେ ପାଠପଡୁଛନ୍ତି । କେତେ ଆଶା କରିଥିଲା ଜମିରେ କରିଥିବା ଧାନ ଫସଲ ଅମଳ ହେଲେ ତିନୋଟି ପିଲାଙ୍କ ପେଟକୁ ଦାନା ଯୋଗାଇ ସେମାନଙ୍କୁ ପାଠପଢାଇ ବଡ ମଣିଷ କରିବ ।ହେଲେ ସୁବର୍ଣ୍ଣାର ଆଶା ଅଶାରେ ହିଁ ରହିଗଲା । ମୂର୍ତିକା ସଂରକ୍ଷଣ ବିଭାଗ ଓ ଜିଲ୍ଲାଗ୍ରାମ୍ୟଉନ୍ନୟନ ବିଭାଗ ପକ୍ଷରୁ ଗରିବ ଙ୍କ ଚାଷ ଜମିଗୁଡିକରେ ମୂର୍ତିକାକ୍ଷୟ କୁ ରୋକିବା ପାଇଁ ଆଡି ବନ୍ଧକରୁଥିବାର ବିଭିନ୍ନ ଗ୍ରାମଗୁଡିକରେ ନାମଫଳକ ଲଗାଇଛନ୍ତି । ହେଲେ ଏହି ଗରିବ ଆଦିବାସୀ ବିଧବା ମହିଳାଙ୍କ ଏକ ମାତ୍ର ସାହାଭରସା ଚାଷଜମି ରେ ପାଣି ପସି ଜମି ଧୋଇହୋଇ ଯିବାସହିତ ବାଲିଚରି ଯାଇଥିଲେ ମଧ୍ୟ ସେଥିପ୍ରତି କୌଣସି ଅଧିକାରୀମାନଙ୍କ ଗୁରୁତ୍ୱ ନାହିଁ । ଏଥିରୁ ଯାହା ଜଣା ଯାଏ ଜମିରୁ ମୂର୍ତିକାକ୍ଷୟ ରୋକିବା ଓ ଆଡି ବନ୍ଧ ନିର୍ମାଣ କେବଳ କାଗଜକଲମ ଓ ନାମଫଳକରେ ସମିତି ହୋଇରହିଛି । ଏହି ଗରିବ ଆଦିବାସୀ ବିଧବା ମହିଳାଙ୍କୁ ସରକାରଙ୍କ ପକ୍ଷରୁ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ମାନେ ଦାବିକରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.