Home କେନ୍ଦୁଝର ଗରିବ ଅସହାୟଙ୍କ ପାଇଁ ଉତ୍ସର୍ଗୀକୃତ ସୁରେଶ୍ୱରୀ

ଗରିବ ଅସହାୟଙ୍କ ପାଇଁ ଉତ୍ସର୍ଗୀକୃତ ସୁରେଶ୍ୱରୀ

21

ହାଟଡିହି-୮/୩/ (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅଧିନସ୍ଥ ଜଳକଳଙ୍ଗ ଗ୍ରାମର ଗୋପାଳକୃଷ୍ଣ ଜେନା, ଓ ସନ୍ଧ୍ୟାବତୀ ଜେନାଙ୍କ ସୁକନ୍ୟା ସୁରେଶ୍ୱରୀ ସାଗରୀକା ଜେନା ଗରିବ ଅସହାୟଙ୍କ ପାଇଁ ନିଜକୁ ଉତ୍ସର୍ଗୀକୃତ କରିଦେଇଛନ୍ତି । ତାଙ୍କର ସେବା ମନୋଭାବ ଯୋଗୁଁ ସେ ଖୁବ ଅଳ୍ପ ଦିନ ମଧ୍ୟରେ ସମଗ୍ର ରାଜ୍ୟରେ ଜଣେ ଚର୍ଚ୍ଚିତ ଚେହେରା ଭାବରେ ସେ ଉଭା ହୋଇଛନ୍ତି । ମୟୁରଭଞ୍ଜ ଠାରୁ ମାଲକାନାଗିରି ପର‌୍ୟ୍ୟନ୍ତ ସବୁ ଜିଲ୍ଲାରେ ଅସହାୟ, ଗରିବ, ଦୀନଦୁଖିଙ୍କୁ ଜୟଦୁର୍ଗା ଫାଉଣ୍ଡେସନ ଟ୍ରଷ୍ଟ ମାଧ୍ୟମରେ ସହଯୋଗର ହାତ ବଢ଼ାଇ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଯେଉଁଥି ପାଇଁ ସେ ଦିନ ନାହିଁ କି ରାତି ନାହିଁ ସବୁବେଳେ ଖବର ପାଇବାମାତ୍ରେ ଅସହାୟଙ୍କ ପାଖରେ ପହଞ୍ଚି ଯାଉଥିବାରୁ ଏବେ ସମସ୍ତଙ୍କ ପାଖରେ ମା”ର ଆଖ୍ୟା ପାଇପାରିଛନ୍ତି । ଏପରିକି ବନ୍ୟା ସମୟରେ ନିଜେ ଚାଉଳବସ୍ତାକୁ କାନ୍ଧେଇ କାନ୍ଧେଇ ଆଣ୍ଠୁଏ ପାଣିରେ ପସି ବିପନ୍ନ ମାନଙ୍କୁ ସାହାଯ୍ୟର ହାତ ବଢ଼ାଇବା ଯେ ଦେଖିଛି ସେ ନିଜେବି ନିଜକୁ ବିଶ୍ୱାଷ କରିପାରିବ ନାହିଁ । ଜଣେ ମହିଳା ହୋଇବି ଖରା ବର୍ଷାକୁ ଖାତିର ନକରି ନିଜ ଗନ୍ତବ୍ୟ ପଥରେ ଆଗେଇ ଚାଲିଛନ୍ତି । ମାତ୍ର ଗୋଟିଏ ବର୍ଷ ଭିତରେ ୬୬ଜଣଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବାସହ ୧୮୯ଗ୍ରାମରେ ଗରିବ ଅସହାୟ ମାନଙ୍କୁ ରାସନ ସାମଗ୍ରୀ ବଣ୍ଟନ କରିବାସହ ୨୦୦୦ଲୋକଙ୍କୁ ଶୀତବସ୍ତ୍ର ବଣ୍ଟନ କରିଛନ୍ତି । ୧୫୦୦ବିଦ୍ୟାଳୟକୁ କିଟ ବଣ୍ଟନ କରିପାରିଛନ୍ତି । ଓଡିଶାର ବାଲେଶ୍ୱର ଠାରୁ କୋରାପୁଟ ପର‌୍ୟ୍ୟନ୍ତ ଓ ରାଜ୍ୟ ବାହାରେ ଉତ୍ତରାଖଣ୍ଡ, ଡେରାଡୁନ, ଦିଲ୍ଲୀ, ମହାରାଷ୍ଟ୍ର, କୋଲକତା ପର‌୍ୟ୍ୟନ୍ତ ସେବା ଯୋଗାଇ ଦିଆଯାଇଛି । କୋରାପୁଟ, ମାଲକାନାଗିରି କେଉଁ ଅପହଞ୍ଚ ଇଲାକା ହେଉ ଅବା ବାରିପଦା କିମ୍ବା କେନ୍ଦୁଝର କି ମୟୁରଭଞ୍ଜର କେଉଁ ଘଞ୍ଚ ପାହାଡ ଇଲାକାରେ ସେ ଲୋକଙ୍କ ପାଖରେ ପହଞ୍ଚି ପହଞ୍ଚି ଲୋକଙ୍କ ଦୁଖଃ ଦୁର୍ଦ୍ଦିନରେ ସହଯୋଗର ହାତ ବଢ଼ାଇ ପାରିଛନ୍ତି । ଖାଲି ରୋଗୀ ସେବା କି ରିଲିଫ ବାଣ୍ଟିବା ନୁହଁ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଶିକ୍ଷା ଯୋଜନା ଖୋଲି ଛାତ୍ରଛାତ୍ରୀ ମାନଙ୍କୁ ବହି, କଲମ, ସ୍କୁଲ ବ୍ୟାଗ ବାଣ୍ଟି ଚର୍ଚ୍ଚାରେ ରହିଛନ୍ତି । ଏଥିପାଇଁ ତାଙ୍କୁ ରୟାଲ ଆମେରିକାନ ୟୁନିଭରସିଟି ପକ୍ଷରୁ ସମାଜସେବା କ୍ଷେତ୍ରରେ ଡକ୍ଟରେଟ ଉପାଦ୍ଧି ପ୍ରଦାନ କରାଯାଇ ସମ୍ମାନୀତ କରାଯାଇଛି । ଗତ ୬ତାରିଖ ଦିନ ମୁମ୍ବାଇଠାରେ ଆୟୋଜିତ ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ତାଙ୍କୁ ଏହି ସମ୍ମାନରେ ସମ୍ମାନୀତ କରାଯିବା ପରେ ସେ ଅତ୍ୟନ୍ତ ଭାବବିହ୍ୱଳ ହୋଇ ପଡିଥିଲେ । ଏହି ସମ୍ମାନ ଦ୍ୱାରା ସେ ଆହୁରି ଅଧିକରୁ ଅଧିକ ସମାଜସେବା କ୍ଷେତ୍ରରେ ନିଜକୁ ସମର୍ପିତ କରିପାରିବେ ବୋଲି କହିଛନ୍ତି । ତାଙ୍କର ଏପରି ସମାଜସେବା ପାଇଁ ଓଡିଶାର ବିଭିନ୍ନ ଅଞ୍ଚଳର ଯୁବକ ଯୁବତୀମାନେ ତାଙ୍କ ସାଙ୍ଗରେ ସାମିଲ ହୋଇଛନ୍ତି ।
ବତ୍ତର୍ମାନ ସମୟରେ ଆଜିର ଯୁବପିଢ଼ୀଙ୍କୁ ଗୋଟିଏ ଉପଦେଶ ଦେବି ଯେ ସତ ମନରେ ଓ ସତ ହୃଦୟରେ ଅନ୍ୟକୁ ସାହଯ୍ୟ କର ନିଶ୍ଚୟ ଆତ୍ମତୃପ୍ତି ମିଳିବ ଓ ଫଳ ଭଗବାନ ନିଶ୍ଚୟ ତୁମକୁ ସହାୟ ହେବେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.