Home ଜିଲ୍ଲା ପରିକ୍ରମା ଗବସାହି ଦୁର୍ଗାମଣ୍ଡପରେର ରାଧାକୃଷ୍ଣଙ୍କ ହୋଲି ମେଲଣ

ଗବସାହି ଦୁର୍ଗାମଣ୍ଡପରେର ରାଧାକୃଷ୍ଣଙ୍କ ହୋଲି ମେଲଣ

19

ଭଦ୍ରକ, ୩୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବହୁ ବର୍ଷ ଧରି ହୋଇ ଆସୁଥିବା ଗବସାହି ହୋଲି ମେଲଣ ଉତ୍ସବ ସ୍ଥାନୀୟ ଦୁର୍ଗା ମଣ୍ଡପରେ କୋବିଡ଼ କଟକଣା ମଧ୍ୟରେ ସମ୍ପନ୍ନ ହୋଇଛି । ୫୦ରୁ ଉର୍ଦ୍ଧ୍ୱ ରାଧାକୃଷ୍ଣଙ୍କ ବିମାନ ଶୋଭାଯାତ୍ରାରେ ଆସିମେଲଣ ମଣ୍ଡପରେ ପହଞ୍ଚିଥିଲା । ବହୁ ଶ୍ରଦ୍ଧାଳୁ ର୍ଦାନ କରିଥିବା ବେଳେ ପୂଜାର୍ଚ୍ଚନା ହୋଇଥିଲା । ଭଦ୍ରକ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ଆଖପାଖ ବିଭିନ୍ନ ସ୍ଥାନରୁ ଠାକୁର ବିମାନ ସବୁ ମେଲଣ ମଣ୍ଡପଠାରେ ପହଞ୍ଚିବା ପରେ ମେଲଣ କମିଟି ପକ୍ଷରୁ ବିାମନସବୁକୁ ବନ୍ଦାପନା କରି ପାଛୋଟି ଅଣାଯାଇଥିଲା । ପରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇ ରାଧାକୃଷ୍ଣଙ୍କ ହୋଲି ଗୀତ ଓ କୀର୍ତ୍ତନ ଗାନ କରାଯାଇଥିଲା । ଅପରାହ୍ଣରେ ଠାକୁରଙ୍କ ବିମାନ ଗୁଡ଼ିକ ସେମାନଙ୍କ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲା । ମେଲଣରେ ଗବସାହି ଠାକୁରବାଡ଼ି ମନ୍ଦିର କମିଟି ପକ୍ଷରୁ ଟୁଲୁ ଦାସ, ବାଦଲ ଦାସ, ପ୍ରତାପ ଦାସ, ରାଧା ଦାସ, ପରେଶ ଦାସ, ରାଜେଶ ଦାସ, ଜ୍ଞାନ ପ୍ରକାଶ ପାଣି ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.