Home ଓଡ଼ିଶା ଗତ ମହାବାତ୍ୟାରେ କାନ୍ଥ ଭାଙ୍ଗିଲା-ହୁଡୁ ହୁଡୁ ରେ ଛପର ଉଡେଇ ନେଲା ହେଲେ ଏଯାଏଁ ମିଳିନି...

ଗତ ମହାବାତ୍ୟାରେ କାନ୍ଥ ଭାଙ୍ଗିଲା-ହୁଡୁ ହୁଡୁ ରେ ଛପର ଉଡେଇ ନେଲା ହେଲେ ଏଯାଏଁ ମିଳିନି ଆବାସ ଯୋଜନା

258

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୬/୦୫-ଗତ ମସିହାର ମହାବାତ୍ୟା ଭୟାବହତା ଓ ହୁଡୁହୁଡୁ ର ଦୁଃଖ ମନରୁ ଲିଭି ନଥିବା ବେଳେ ଏବେ ବାତ୍ୟା ଅମ୍ଫାନ ଆସିବା ଶୁଣି ଭୟଭୀତ ହୋଇ ପଡିଛନ୍ତି ରଣପୁର ବ୍ଲକ୍ ବନ୍ଧମୁଣ୍ଡା ଗ୍ରାମ ପଂଚାୟତର କିଛି ଅଧିବାସୀ । ମୁଖ୍ୟତଃ ବନ୍ଧମୁଣ୍ଡା, ଶଙ୍ଖଯୋଡି ଗ୍ରାମର ଜାନକୀ ଦେଇ । ଜାନକୀ ଦେଇଙ୍କର ଗତ ୧୯୯୯ ମହାବାତ୍ୟାରେ ଘର କାନ୍ଥ ଭାଙ୍ଗିଯାଇଥିଲା । ତା ପରେ ହୁଡୁ ହୁଡୁ ବାତ୍ୟାରେ ଘରର ଖଣ୍ଡିଆ ଟିଣ ଛପର ଉଡାଇ ନେଇଥିଲା । ସେହି ଉଡି ଯାଇଥିବା ଟିଣକୁ ସଜାଡି ଘର ଟିଣ ଉପରେ କାଠ ଲଦି ଜୀବନ ଅତିବାହିତ କରୁଛନ୍ତି । ମହାବାତ୍ୟା ହୁଡୁ ହୁଡୁ ସମୟରେ ଯଶୋଦାପୁର ଆର.ଆଇ କ୍ଷୟ କ୍ଷତିର ଆକଳନ କରିଥିଲେ ।

ଆଶା ଥିଲା ସରକାରଙ୍କ ସହାୟତାରେ ଆବାସ ଖଣ୍ଡେ ମିଳିବ । ରଣପୁର ବ୍ଲକ୍ କୁ ଦୌଡି ଦୌଡି ଏଯାଏଁ ବାସ ଖଣ୍ଡିଏ ବି ମିଳିଲା ନାହିଁ । ସେହି ଭଙ୍ଗା ଟିଣ ଛପର ଘର ଆଶ୍ରୟ ସ୍ଥଳ ପାଲଟିଛି । ବାତ୍ୟା ଅମ୍ଫାନ ଆସିବା ନେଇ ଶୁଣିଲା ପରେ ଜାନକୀ ଦେଇ ଭୟଭୀତ ହୋଇ ପଡିଛନ୍ତି । ଏ ସମ୍ପର୍କେ ବନ୍ଧମୁଣ୍ଡା ସରପଂଚ ଅଜୟ ପ୍ରଧାନଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି ଜାନକୀ ଦେଇଙ୍କର ପୁର୍ବରୁ ଏସ୍‌.ଇ.ବି.ସି ତାଲିକାରେ ନାମ ନଥିଲା । ଏବେ ନାମ ପଂଜୀକରଣ ହୋଇଛି ତାଙ୍କ ସିରିଏଲ୍ ଆସିଲେ ତାଙ୍କୁ ଆବାସ ଯୋଜନା ପ୍ରଦାନ କରାଯିବ । ତେଣୁ ଭୟଭୀତ ଅବସ୍ଥାରେ ଜାନକୀ ଦେଇଙ୍କ ସହ ଗତ ୧୯୯୯ ମସିହା ମହାବାତ୍ୟା ଓ ହୁଡୁ ହୁଡୁ ରେ କ୍ଷତିଗ୍ରସ୍ତ ପରିବାର ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.