Home ଓଡ଼ିଶା ଆମକୁ ଫେରାଇ ନିଅ- ଫସିଥିବା ପ୍ରବାସୀ ଓଡିଆ ଯୁବକଙ୍କୁ ଫେରାଇ ଆଣିବାକୁ ନିବେଦନ

ଆମକୁ ଫେରାଇ ନିଅ- ଫସିଥିବା ପ୍ରବାସୀ ଓଡିଆ ଯୁବକଙ୍କୁ ଫେରାଇ ଆଣିବାକୁ ନିବେଦନ

201

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୬/୦୫-ଲକ୍‌ଡାଉନ୍ ଯୋଗୁଁ ଅନେକ ପ୍ରବାସୀ ଓଡିଆ ଯୁବକ ଷ୍ଟେସନ୍ ରେ, ରାସ୍ତାରେ ଓ ବିଭିନ୍ନ ମାର୍କେଟ୍ ରେ ଫସି ରହିଥିବା ଖବର ମିଳୁଛି । ସେମାନେ ଖାଇବାକୁ ନ ପାଇ ବହୁ ହଇରାଣ ହରକତ ହୋଇ ଘରକୁ ଫେରିବା ପାଇଁ ବ୍ୟସ୍ତ ବିବ୍ରତ ହେଉଥିବା ଜଣା ପଡିଛି । ସେହିଭଳି ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ବଳଭଦ୍ରପୁର ଗ୍ରାମ ପଂଚାୟତ ବାସୁଦିଆ ଗ୍ରାମର ସୁର୍ଯ୍ୟକାନ୍ତ ସେଠୀଙ୍କ ସହ ଆଉ ୫ଜଣ ଯାଜପୁର, ଭଦ୍ରକ୍ ଓ କେନ୍ଦ୍‌ୁଝର ଅଂଚଳର ୪୦ ଜଣ ଓଡିଆ ଯୁବକ ମାଙ୍ଗାଲୋର୍ ଶ୍ରୀ ଚକ୍ର କଣ୍ଟେନର୍ ପ୍ରାଇଭେଟ ଲିମିଟେଡ୍ ନନ୍ଦିକୁର୍ ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ କମ୍ପାନୀରେ କାର୍ଯ୍ୟ କରୁଥିଲେ । ମାଙ୍ଗାଲୋର୍ ଉଡ୍‌ପି ତାଲୁକ୍‌ର ପଡବେଟ୍ରି ଥାନା ଅଂଚଳରେ ଏହି କମ୍ପାନୀ ମାଙ୍ଗାଲୋର୍ ଓ ଓଡିଶାରେ ଲକ୍‌ଡାଉନ୍ ପରେ ଶ୍ରମିକ ଯୁବକମାନେ ନିଜ ନିଜ ପଂଚାୟତରେ ଓଡିଶା ଫେରିବା ପାଇଁ ନାମ ପଂଜୀକରଣ କରିଥିଲେ । ତେଣୁ ଗତ ୧୫ ତାରିଖ ଦିନ ସେମାନଙ୍କ ମୋବାଇଲ କୁ ମେସେଜ ଗଲା ମାଙ୍ଗାଲୋର୍ ନିକଟ ଏମ.ଜି.ଏମ୍ କଲେଜ ନିକଟକୁ ଆସ ଓଡିଶା ଯିବା ପାଇଁ ବସ୍ ରେଡି ହୋଇଛି ।

କିନ୍ତୁ ସେମାନେ କମ୍ପାନୀ ଛାଡି ଏମ.ଜି.ଏମ୍ କଲେଜ ନିକଟରେ ଅପରାହ୍ନ ୩ଘଟିକା ସମୟରେ ପହଁଚିଥିଲେ । ସେଠାରେ ସ୍ଥାନୀୟ ତହସିଲ୍‌ଦାରଙ୍କ ଦ୍ୱାରା ତାଙ୍କୁ ଜଣାଇ ଦିଆ ଗଲାଯେ ଆଉ ବସ୍ ନାହିଁ ତୁମେ ଯେଉଁ ଯାଗାରୁ ଆସିଥିଲ ସେହି ଯାଗାକୁ ଚାଲିଯାଅ । ତେଣୁ ସେମାନଙ୍କୁ ଆଉ କମ୍ପାନୀ ଗ୍ରହଣ କରୁନାହିଁ । ସେହି ୪୦ ଜଣ ପ୍ରବାଶୀ ଶ୍ରମିକ କାଲିଠାରୁ ଏକ ପରିବା ମାର୍କେଟ ପଡିଆରେ ନଖାଇ ନପଇ ପଡି ରହିଥିବା ଜଣା ପଡିଛି । ତେଣୁ ସେହି ଯୁବକ ମାନଙ୍କ ପରିବାର ଓ ଯୁବକମାନେ ସେମାନଙ୍କୁ ଓଡିଶା ଫେରାଇ ଆଣିବା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.