Home ଓଡ଼ିଶା ଗଣେଶ ପୂଜା ଭସାଣୀ ବେଳେ ଦୁଇଗୋଷ୍ଠୀ ମୁହାଁ ମୁହିଁ

ଗଣେଶ ପୂଜା ଭସାଣୀ ବେଳେ ଦୁଇଗୋଷ୍ଠୀ ମୁହାଁ ମୁହିଁ

174

ସୁବର୍ଣ୍ଣପୁର,୦୫/୦୯,(ଓଡ଼ିଆ ପୁଅ ପି ନାଏକ): ଗଣେଶ ପୂଜା ଭଶାଣ ବେଳେ ଗଣ୍ଡଗୋଳ। ଢେଲା ପଥର ମାଡ଼ରେ ଦୁଇ ଗୋଷ୍ଠୀର ୧୫ରୁ ଅଧିକ ଆହତ ହୋଇଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ମୁର୍ଷୁଣ୍ଡି ଗାଁରେ ଏହି ଅଘଟଣ ଘଟିଛି। ମୁର୍ଷୁଣ୍ଡି ଗାନ୍ଧୀପଡ଼ା ଯୁବକ ଜ୍ୟୋତି ଯୁବକ ସଂଘ ପକ୍ଷରୁ ଗଣେଷ ପୂଜା କରାଯାଇଥିଲା।

ଗତକାଲି ସନ୍ଧ୍ୟାରେ ଭସାଣ ଉତ୍ସବ ଗାନ୍ଧୀ ପଡାରୁ ବାହାରି ଟିକ୍ରାପଡାରେ ପହଞ୍ଚିବା ସମୟରେ ଗଣ୍ଡଗୋଳ ହୋଇଥିଲା। ଟିକ୍ରାପଡାର କିଛି ଯୁବକ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ବିବାଦ ଉଗ୍ର ରୂପ ନେଇଥିଲା। ଉଭୟ ଗୋଷ୍ଠୀ ମଦ୍ୟରେ ମାଡପିଟ ସହ ଢେଲା ପଥର ମାଡ ହୋଇଥିଲା। ଏନେଇ ଉଭୟ ପକ୍ଷରୁ ବୀରମହାରାଜପୁର ଥାନାରେ ଏତଲା ଦିଆଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.