Home Top News ଗଣହତ୍ୟା : ବାର୍‌ ରେ ଗୁଳିଚାଳନା : ୧୪ ମୃତ, ୩ ଗୁରୁତର

ଗଣହତ୍ୟା : ବାର୍‌ ରେ ଗୁଳିଚାଳନା : ୧୪ ମୃତ, ୩ ଗୁରୁତର

42

ଜୋହାନ୍ସବର୍ଗ (ଓଡ଼ିଆ ପୁଅ): ଜୋହାନ୍ସବର୍ଗର ସୋଏଟୋ ଟାଉନସିପରେ ଥିବା ଏକ ବାର୍‌ରେ ଗୁଳି ବିନିମୟରେ ୧୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନିଜଣଙ୍କ ଅବସ୍ଥା ଗୁରୁତର ରହିଛି।

ଖବରରୁ ପ୍ରକାଶଯେ, ଶନିବାର ବିଳମ୍ବିତ ରାତିରେ ଏକ ମିନିବସ୍ ଟ୍ୟାକ୍ସିରେ ପହଞ୍ଚି ବାରରେ କିଛି ଲୋକଙ୍କ ଉପରକୁ ଗୁଳି ଚଳାଇଥିଲେ କିଛି ଲୋକେ। ରବିବାର ସକାଳେ ପୋଲିସ ମୃତକଙ୍କ ମୃତଦେହ ପୋଲିସ୍ ଉଦ୍ଧାର କରିଛି ଏବଂ ଗୁଳି ବିନିମୟ ଘଟଣାର ତଦନ୍ତ କରୁଛି।

ତିନି ଗୁରୁତର ଆହତଙ୍କୁ ହସ୍ପିଟାଲକୁ ପଠାଯାଇଛି। ହଠାତ୍ କିଛି ଗୁଳିର ଶବ୍ଦ ଶୁଣିଲେ ବାରରରେ ଉପସ୍ଥିତ ଲୋକମାନେ, ଯେତେବେଳେ ଲୋକମାନେ ବାରରୁ ଦୌଡ଼ି ପଳାଇବାକୁ ଚେଷ୍ଟା କରୁଥିଲେ। କିନ୍ତୁ ଏହି ଗୁଳିଚାଳନାରେ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତେବେ ଏହି ଗୁଳି ଚାଳନାର ଉଦ୍ଦେଶ୍ୟ କ’ଣ ଏବଂ ସେମାନେ କାହିଁକି ଏହି ଲୋକଙ୍କୁ ଟାର୍ଗେଟ କରୁଛନ୍ତି ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.