Home ଓଡ଼ିଶା ଗଣଦୁସ୍କର୍ମକାରୀ ଙ୍କୁ ୧୫ଦିନ ମଧ୍ୟରେ ଗିରଫ କରାନଗଲେ ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ -ପ୍ରଦୀପ ମାଝୀ-

ଗଣଦୁସ୍କର୍ମକାରୀ ଙ୍କୁ ୧୫ଦିନ ମଧ୍ୟରେ ଗିରଫ କରାନଗଲେ ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ -ପ୍ରଦୀପ ମାଝୀ-

571

ମାଲକାନଗିରି,୧୫ା୫ (ଓଡିଆ ପୁଅ ) ମାଲକାନଗିରି ପୁଲିସ କ୍ୟାଟିଂନରେ କାମକରୁଥିବା ଜଣେ ଗରିବ ଆଦିବାସୀ ମହିଳାଙ୍କୁ କ୍ଷତାକ୍ତ ଓ ଅଚେତ ଅବସ୍ଥାରେ ଉଦ୍ଧାର କରା ଯାଇ ହସପିଟାଲ ନେବାପରେ ମୃତ୍ୟୁ ହେବାଘଟଣା କୁ ଦୃଢ ନିନ୍ଦାକରି ଆସନ୍ତା ୧୫ଦିନ ମଧ୍ୟରେ ଆସାମିଙ୍କୁ ଗିରଫ କରା ନଗଲେ ରାଜରାସ୍ତାକୁ ଓହ୍ଲାଇବ ବୋଲି ପୁର୍ବତନ ସାଂସଦ ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ ମାଝୀ ଚେନାବନୀ ଦେଇଛନ୍ତି । ଆଜି ପୁବ ର୍ତନ ସାଂସଦ ପ୍ରଦୀପ ମାଝୀ,ଜିଲ୍ଲା କଂଗ୍ରସ ସଭାପତି ଗୋବିନ୍ଦପାତ୍ର, ବରିଷ୍ଟକଂଗ୍ରସ ନେତା ରାମପଟନାୟକ,ମାଲାମାଢୀ,ଜି.ଶ୍ରୀନିବାସ ରାଓ,ପି.କେଶୁ ରାଓ, ପ୍ରମୁଖ କଂଗ୍ରେସ ନେତା ମାନେ ମାଲକାନଗିରି ଟେକବାଡି ସାହି ପରିଦର୍ଶନ କରି ମୃତାମହିଳାଙ୍କ ସ୍ୱାମୀ ଙ୍କୁ ଭେଟି ସମବେଦନା ଜଣାଇଛନ୍ତି । ପରେ ମାଲକାନଗିରି ଏସପି ରିଶିକେଶ ଡି ଖିଲାରୀଙ୍କୁ ସାକ୍ଷାତ କରି ପୁଲିସ କ୍ୟାଟିଂନରେ କାମକରୁଥିବା ମହିଳାଙ୍କର ମୃତ୍ୟୁ ସଂପର୍କରେ ତଦନ୍ତ କେତଦୂରଗଲା ସେ ସଂପର୍କରେ ଆଲୋଚନା କରିଥିଲେ । ଏହି ମୃତ୍ୟୁ ରହସ୍ୟ ତୁରନ୍ତ ଲୋକଲୋଚନକୁ ଆଣିବା ସହ ଆସାମିଙ୍କୁ ଆସନ୍ତା ୧୫ଦିନ ମଧ୍ୟରେ ଗିରଫ କରା ନଗଲେ ଆଗାମୀ ଦିନରେ କଂଗ୍ର୍ରେସଦଳ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନର ପନ୍ଥା ଅବଲମ୍ବନ କରିବ, ପୁଲିସ କ୍ୟାଟିଂନରେ କାମକରୁଥିବା ଟେକବାଡି ସହିରେ ରହୁଥିବା ମହିଳାଙ୍କୁ ଗଣବଳତ୍କାର କରାଯାଇଛି । ବଳତ୍କାରି ମାନେ ସେ ମହିଳାଙ୍କୁ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲେ । ଚିକିତ୍ସାରେ ଅବହେଳା ପାଇଁ ଶେଷରେ ସେହି ମହିଳାଙ୍କର ମୃତ୍ୟୁଘଟିଲା ।ଚିକିତ୍ସାରେ ଅବହେଳା ପାଇଁ ଜିଲ୍ଲାମୁଖ୍ୟସ୍ୱାସ୍ଥ୍ୟ ଅଧିକାରୀ ଦାୟୀ,ମହିଳାଙ୍କ ମୃତ୍ୟୁ ଘଟଣା ଦୀର୍ଘ ୫ଦିନ ହୋଇଯାଇଥିଲେ ମଧ୍ୟ ଲକଡାଉନର ଆଳଦେଖାଇ ପୁଲିସ ତଦନ୍ତରେ ଅବହେଳା କରୁଛି । ଏହି ଘଟଣାରେ ଯେଉଁ ମାନଙ୍କର ସଂପୃକ୍ତି ରହିଛି ସେମାନଙ୍କୁ ତୁରନ୍ତ ଗିରଫକରାଯାଇ ପିଡିତାଙ୍କ ପରିବାରକୁ ଉପଯୁକ୍ତ ନ୍ୟାୟ ଦିଆ ଯାଉ,ଆସନ୍ତା ୧୫ଦିନ ମଧ୍ୟରେ ଆସାମିଙ୍କୁ ଗିରଫ କରା ନଗଲେ ଆଗାମିଦିନରେ କଂଗ୍ରସ ଦଳ ଓ ସହରବାସୀ ରାଜ ରାସ୍ତାକୁ ଓହ୍ଲାଇବ ବୋଲି ଶ୍ରୀ ମାଝୀ ଗଣମାଧ୍ୟମକୁ ସୁଚନା ଦେଇଛନ୍ତି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.