Home Top News ଗଞ୍ଜେଇ ଚୋରା ଚାଲାଣ କରିବା ଅଭିଯୋଗରେ ପୁଲିସ ଅଧିକାରୀଙ୍କ ସହ ୨ ଜଣ ମାଫିଆ ଗିରଫ

ଗଞ୍ଜେଇ ଚୋରା ଚାଲାଣ କରିବା ଅଭିଯୋଗରେ ପୁଲିସ ଅଧିକାରୀଙ୍କ ସହ ୨ ଜଣ ମାଫିଆ ଗିରଫ

76

ମାଲକାନଗିରି, ୧୩/୩ (ଓଡ଼ିଆ ପୁଅ) ରକ୍ଷକ ହୋଇ ଭକ୍ଷକ ପାଲଟିବା କିମ୍ବା ବାଡ଼ ଯଦି କ୍ଷେତ ଖାଇବ କାହା ଉପରେ ଜନସାଧରଣ ବିଶ୍ୱାସ ରଖିବେ। ଗଞ୍ଜେଇ ଚୋରା ବେପାରୀଙ୍କୁ ସହଯୋଗ କରିବା ଓ ନିଜେ ମଧ୍ୟ ଗଞ୍ଜେଇ ଚୋରା କାରାବର କରିବା ଅଭିଯୋଗରେ ମାଲକାନଗିରି ଜିଲ୍ଲା ପୁଲିସ ଜଣେ ପୁଲିସ ଏଏସଆଇଙ୍କ ସହ ଅନ୍ୟ ଦୁଇଜଣ ଗଞ୍ଜେଇ ମାଫିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

ପୋଲିସ ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲା ମାଥିଲି ଥାନା କାର୍ତ୍ତନପାଲି ପୋଲିସ ଫାଣ୍ଡିରେ କାର୍ଯ୍ୟରତ ଜୟଦେବ ଖରା ନାମକ ଜଣେ ପୁଲିସ ଏଏସଆଇ ଗତ କିଛି ଦିନ ତଳେ ଗଞ୍ଜେଇ ଚୋରାଚାଲାଣ କାରୀଙ୍କୁ ସହଯୋଗ କରିଥିବାର ଅଭିଯୋଗ ପାଇଁ ମାଲକାନଗିରି ଏସପି ଏହି ଘଟଣାର ସ୍ୱତନ୍ତ୍ର ଏକ ଟିମ ଗଠନ କରି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଥିଲେ। ତଦନ୍ତରେ ଗଞ୍ଜେଇ ଚୋରା ଚାଲାଣ କାରୀଙ୍କୁ ଏଏସଆଇ ସହଯୋଗ କରିଥିବାର ପ୍ରମାଣ ମିଳିବା ପରେ ତାଙ୍କ ନାମରେ ମାଲକନଗିରି ଥାନା କେସ ନମ୍ବର ୧୨୪/୨୨ ରେ ଏକ ମକଦ୍ଦମା ରୁଜୁ କରାଯାଇ ତାଙ୍କୁ ମାଲକାନଗିରି ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରା ଯାଇଥିବାର ପୁଲିସ ସୂତ୍ରରୁ ଜଣା ପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.