Home ଓଡ଼ିଶା ଗଛରେ ୧୧ କେ. ଭି ବିଦ୍ୟୁତ୍ ତାର ବିପଦରେ ଛାତ୍ରଛାତ୍ରୀ

ଗଛରେ ୧୧ କେ. ଭି ବିଦ୍ୟୁତ୍ ତାର ବିପଦରେ ଛାତ୍ରଛାତ୍ରୀ

41

ନୟାଗଡ(ଓଡିଆପୁଅ /ଦେବୀପ୍ରସାଦ ଆଚାର୍ଯ୍ୟ)-ରାଜ୍ୟରେ ବିଦ୍ୟୁତ୍ ପରିବଣ୍ଟନ ରେ ସୁଧାର ଆଣିବା ପାଇଁ ସରକାର ଅନେକ ଯୋଜନା କରୁଛନ୍ତି । କିନ୍ତୁ ବିଦ୍ୟୁତ୍ ଚୋରି କମୁନାହିିଁ  କି ବିପଦ ଶଙ୍କୁଳ  ବିଦ୍ୟୁତ୍ ବ୍ୟବସ୍ଥା ହଟୁ ନାହିିଁ । ଯାହା ଫଳରେ ଦୁର୍ଘଟଣା ଘଟିବା ସହ ବିଦ୍ୟୁତ୍ ବିଭାଗ କ୍ଷତି ସହୁଛି । ସେହି ଭଳି ଏକ ଆସନ୍ନ ଦୁର୍ଘଟଣା ସ୍ଥାନ ହେଉଛି ଟାଟା ପାୱାର୍ କେନ୍ଦ୍ରୀୟ ପରିବଣ୍ଟନ ବାଲୁଗାଁ ଉପଖଣ୍ଡ ଚାନ୍ଦପୁର ସେକ୍ସନ୍ ବାରଙ୍ଗଗାଡିଆ ବିଦ୍ୟାଳୟ ପରିସର । ଏହି ବିଦ୍ୟାଳୟ ପରିସର ରେ ସରକାରୀ ଉନ୍ନିତ ମଧ୍ୟ ଇଂରାଜୀ ବିଦ୍ୟାଳୟ ଖଣ୍ଡିଆ ବନ୍ଧ ଓ ବାଙ୍କନିଧି ବାଲୁଙ୍କେଶ୍ୱର ବିଦ୍ୟାପୀଠ ମିଳିତ ଭାବେ ଚାଲୁଅଛି । ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୩୦୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଏଠାରେ ଅଧ୍ୟୟନ କରନ୍ତି । ବିଦ୍ୟାଳୟ ପରିସର ମଧ୍ୟ ଭାଗରେ ଶ୍ରେଣୀଗୃହ ସାମ୍‌ନାରେ ୧୧ କେ. ଭି ବିଦ୍ୟୁତ୍ ତାର ଯାଇଅଛି ।

ଯାହାକି ବିଦ୍ୟୁତ୍ ଖୁଣ୍ଟ ନଥାଇ କଂଚା ଗଛ ମାଧ୍ୟମରେ ଟଣା ଯାଇଅଛି । ବର୍ଷା ଓ ଚଡଚଡି ମାରିବା ସମୟରେ ଗଛଟି ରେ ବିଦ୍ୟୁତ୍ ସଂଯୋଗ ହୋଇଥାଏ । ଛାତ୍ରଛାତ୍ରୀ ମାନେ ଏହି ଗଛ ତଳେ ପ୍ରାର୍ଥନା କରିବା ସହ ଖେଳା ଖେଳି କରିଥାନ୍ତି । ଗଛ ଟି ବିଦ୍ୟୁତ୍ ସଂଯୋଗ ହେବାରୁ ଆଘାତ ପାଇଥାନ୍ତି । ବିଦ୍ୟାଳୟ କମିଟିର ସଭାପତି ସମୀର କୁମାର ପାଇକରାୟ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପଦ୍ମ ଚରଣ ଦଳବେହେରା ଓ ସହକାରୀ ଶିକ୍ଷକ ଅଶୋକ କୁମାର ରାୟ  କୁହନ୍ତି ଯେ ସ୍କୁଲ୍ ପରିସର ରୁ ଉଚ୍ଚ ଶକ୍ତି ସମ୍ପନ୍ନ ୧୧ କେ. ଭି ବିଦ୍ୟୁତ୍ ତାର ହଟାଇବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଜଣାଇଲେ ମଧ୍ୟ କୈାଣସି ପଦେକ୍ଷପ ନେଉ ନାହାନ୍ତି । କୈାଣସି ଛାତ୍ରଛାତ୍ରୀ ଙ୍କର  ବିଦ୍ୟୁତ୍ ଜନିତ ଦୁର୍ଘଟଣା ଘଟିଲେ ବିଦ୍ୟୁତ୍ ବିଭାଗ ଦାୟୀ ରହିବ ବୋଲି କହିଛନ୍ତି । ଏ ସମ୍ପର୍କେ ବିଦ୍ୟୁତ୍ ବିଭାଗ ଚାନ୍ଦପୁର ସେକ୍ସନ୍ ଏସ୍ ଡି ଓ ଅଜିତ୍ ମହାପାତ୍ର ଙ୍କ ସହ ଯୋଗାଯୋଗ କରିବାରୁ କୁହନ୍ତି ସେହିଭଳି ଅଭି ଯୋଗ ମୋ ପାଖରେ ପଂହଚି ନାହିଁ , ଆପଣଙ୍କ ଠାରୁ ଶୁଣୁଛି । ତେଣୁ କନିଷ୍ଠ ଯନ୍ତ୍ରୀ ନଳିନୀ ପାଣିଗ୍ରାହୀ ଙ୍କୁ ଘଟଣା ସ୍ଥଳକୁ ଯାଇ ଦେଖିଲା ପରେ ଛାତ୍ରଛାତ୍ରୀ ମାନଙ୍କୁ କିଭଳି ବିପଦ ମୁକ୍ତ କରାଯାଇ ପାରିବ ତାହାର ତୁରନ୍ତ ପଦେକ୍ଷପ ନିଆଯିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.