Home ଜିଲ୍ଲା ପରିକ୍ରମା ଖଡ଼ିପଦା ହାଇସ୍କୁଲର ମଧ୍ୟାହ୍ନ ଭୋଜନ ରୋଷେଇ ଘଟଣାର ଏବିଇଓଙ୍କ ତଦନ୍ତ

ଖଡ଼ିପଦା ହାଇସ୍କୁଲର ମଧ୍ୟାହ୍ନ ଭୋଜନ ରୋଷେଇ ଘଟଣାର ଏବିଇଓଙ୍କ ତଦନ୍ତ

41

ଭଦ୍ରକ, ୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ଥାନା ଅନ୍ତର୍ଗତ ଖଡ଼ିପଦା ସ୍ଥିତ ଖଡ଼ିପଦା ହାଇସ୍କୁଲର ମଧ୍ୟାହ୍ନଭୋଜନ ରୋଷେଇର ଅନିୟମିତତା ନେଇ କେତେକ ବ୍ୟକ୍ତି ଅଭିଯୋଗ କରିଥିବାବେଳେ ଧାମନଗର ବ୍ଲକର ଅତିରିକ୍ତ ଶିକ୍ଷାଧିକାରୀ ଅନିଲ କୁମାର ବଳ ଓ ସିଆରସିସି ସେକ୍ ସାମସୁଦ୍ଦିନ୍ ଘଟଣାର ତଦନ୍ତ କରିବା ସହ ଏସ୍‌ଏଚ୍‌ଜି ଗୃପ, ରୋଷେୟା, ପ୍ରଧାନ ଶିକ୍ଷୟିତ୍ରୀ ଓ ଅଭିଭାବକକୁ ନେଇ ସମସ୍ୟାର ସମାଧାନ କରାଯାଇଥିଲା। ପ୍ରକାଶ ଥାଉକି ଉକ୍ତ ବିଦ୍ୟାଳୟର ଶନିବାର ଦିନ ବିଦ୍ୟାଳୟରେ ମଧ୍ୟାନଭୋଜନ ରୋଷେଇ ନହୋଇ ପିଲମାନଙ୍କୁ ବିସ୍କୁଟ ଦିଆଯାଇଥିବାର ଅଭିଯୋଗ ହୋଇଥିଲା। ଏନେଇ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀଙ୍କ ନିକଟରେ ଅଭିଯୋଗ ପହଂଚିବା ପରେ ଘଟଣାର ତଦନ୍ତ କରିଥିଲେ। ପରେ କୌଣସି ସତ୍ୟତା ନଥିଲା। ବିଦ୍ୟାଳୟର ରୋଷେଇ ବାହାରେ ହେଉଥିବାରୁ ସେଦିନ ବର୍ଷା ହୋଇଥିବାରୁ ରୋଷେଇ ହୋଇପାରିନଥିଲା। ଏନେଇ ପ୍ରଧାନ ଶିକ୍ଷୟିତ୍ରୀ ସମ୍ପୃକ୍ତ ଗୃପ୍‌କୁ ପଚାରିବା ପରେ ବିଳମ୍ବ ହୋଇଥିବାରୁ ଛାତ୍ର ଛାତ୍ରୀଙ୍କୁ ବିସ୍କୁଟ ଦିଆଯାଇଥିଲା ଏବଂ ଏବିଇଓ ଘଟଣା ସ୍ଥଳ ପରିଦର୍ଶନ କରି ସେଠାରେ ଏକ ଗୃହରେ ରୋଷେଇ କାର୍ଯ୍ୟ କରିବା ସହ ବିଭିନ୍ନ ନିୟମ କାନୁନ୍ ସମ୍ପର୍କରେ ଏସ୍‌ଏଚ୍‌ଜି ଗୃପ ଓ ରୋଷେୟାଙ୍କୁ ଅବଗତ କରାଇଥିଲେ। ପର ବର୍ତ୍ତି ସମୟରେ କୌଣସି ଅସୁବିଧା ଘଟିଲେ ସିଧାସଳଖ ଭାବେ ପ୍ରଧାନ ଶିକ୍ଷକଙ୍କୁ ଜଣାଇବା ପାଇଁ ଏବିଇଓ ପରାମର୍ଶ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.