Home ଓଡ଼ିଶା ଖୋର୍ଦ୍ଧା ବନଖଣ୍ଡ ରଣପୁର ବନାଂଚଳ କାର୍ଯ୍ୟାଳୟ ୭ଦିନ ପାଇଁ ସଟ୍‌ଡାଉନ୍‌

ଖୋର୍ଦ୍ଧା ବନଖଣ୍ଡ ରଣପୁର ବନାଂଚଳ କାର୍ଯ୍ୟାଳୟ ୭ଦିନ ପାଇଁ ସଟ୍‌ଡାଉନ୍‌

102

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୪/୦୭-ନୟାଗଡ ଜିଲ୍ଲା ଖୋର୍ଦ୍ଧା ବନଖଣ୍ଡ ଅଧିନରେ ଥିବା ରଣପୁର ବନାଂଚଳ କାର୍ଯ୍ୟାଳୟ ୭ଦିନ ପାଇଁ ସଟ୍‌ଡାଉନ୍ ହୋଇଥିବା ଜଣା ପଡିଛି । ଏ ସମ୍ପର୍କେ ବନାଂଚଳ କାର୍ଯ୍ୟାଳୟ ଗେଟ୍ ସାମନାରେ ଏକ ନୋଟିସ୍ ମରାଯାଇଅଛି । ଜୁଲାଇ ୨୮ ତାରିଖ ସଂଧ୍ୟା ପର୍ଯ୍ୟନ୍ତ ଏହି ସଟ୍‌ଡାଉନ୍ ବଳବତ୍ତର ରହିବ । ଏ ସମ୍ପର୍କେ ରଣପୁର ବନାଂଚଳ ରେଂଜର ଶରତ ଚନ୍ଦ୍ର ଶତପଥିଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି ଯେ ଖୋର୍ଦ୍ଧାରେ ନୂତନ ବନଖଣ୍ଡ ଅଧିକାରୀ କାର୍ଯ୍ୟଭାର ଗ୍ରହଣ କଲାପରେ ନୟାଗଡ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ବୈଠକ ଶେଷ କରି ରଣପୁର ଆସିଥିଲେ ।

ରଣପୁର କାର୍ଯ୍ୟାଳୟରେ ମଧ୍ୟାହ୍ନ ଭୋଜନ କରି ଫେରିଥିଲେ । ଫେରିବା ପରେ ସଂଧ୍ୟା ସମୟରେ ସେ ପୁର୍ବରୁ ଦେଇଥିବା ସ୍ୱାବ ଟେଷ୍ଟ ରୁ ସେ କରୋନା ପଜେଟିଭ୍ ରେ ଆକ୍ରାନ୍ତ ଥିବା ଖବର ଆସିବା ପରେ କାର୍ଯ୍ୟାଳୟକୁ ସଟ୍‌ଡାଉନ୍ କରାଯାଇଛି । ସମସ୍ତ କର୍ମଚାରୀ ହୋମ୍ କ୍ୱାରେଣ୍ଟାଇନ୍ ରେ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.