Home ଜିଲ୍ଲା ପରିକ୍ରମା ଖାଦ୍ୟ ନିରାପତ୍ତା ବିଭାଗୀୟ ସମୀକ୍ଷା ବୈଠକ, ପୂଜାଋତୁ ପୂର୍ବରୁ ଜୋରଦାର ଚଢ଼ଉ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ଖାଦ୍ୟ ନିରାପତ୍ତା ବିଭାଗୀୟ ସମୀକ୍ଷା ବୈଠକ, ପୂଜାଋତୁ ପୂର୍ବରୁ ଜୋରଦାର ଚଢ଼ଉ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

92

ଭଦ୍ରକ, ୨୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସହରାଞ୍ଚଳ ହେଉ କି ଗ୍ରାମାଞ୍ଚଳ କି ଗଳିକନ୍ଦି ଆଦି ଜାଗାମାନଙ୍କରେ ଥିବା ହୋଟେଲ, ଜଳଖିଆ ଦୋକାନ ଆଦିରେ ବ୍ୟବହାର କରାଯାଉଥିବା ବାସି, ଅପମିଶ୍ରିତ ଖାଦ୍ୟକୁ ଯାଞ୍ଚ କରି ଆଇନାନୁମୋଦିତ କାର୍ଯ୍ୟାନୁଷ୍ଠାନ ପାଇଁ ଧରପଗଡ଼କୁ ଜୋରଦାର କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସଦ୍‌ଭାବନା ସଭାଗୃହରେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଖାଦ୍ୟ ନିରାପତ୍ତା ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁ ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲେ। ଖାଦ୍ୟ ନିରାପତ୍ତା ପାଇଁ ଜିଲ୍ଲାସ୍ତରୀୟ ଦାୟୀତ୍ୱରେ ଥିବା ଡ଼ା ଭାରତୀ ସାହୁ, ଖାଦ୍ୟ ନିରାପତ୍ତା ଅଧିକାରୀ ବିଭୁଦତ୍ତ ଦାସ, ଡ଼ି.ଇ.ଓ. ବସନ୍ତ ବେହେରା ଏହି ବୈଠକରେ ଏହି ବିଭାଗ ତରଫରୁ ନିଆଯାଇଥିବା ପଦେକ୍ଷେପ ସବୁ ବିଷୟରେ ତଥ୍ୟ ଉପସ୍ଥାପନ କରିଥିଲେ। ପ୍ରଦତ୍ତ ସୂଚନା ମତେ ୧-୪-୨୨ ରୁ ୨୧-୯-୨୨ ପର୍ଯ୍ୟନ୍ତ ଖାଦ୍ୟ ଓ ଖାଦ୍ୟଦ୍ରବ୍ୟ ବ୍ୟବସାୟ ସଂକ୍ରାନ୍ତୀୟ ୧୫୦ ନୂଆ ଲାଇସେନସ୍ ୨୨୧ ନୂଆ ପଞ୍ଜିକୃତ ପ୍ରମାଣ ପତ୍ର ପ୍ରଦାନ କରାଯାଇଛି। ସାଧାରଣତଃ ବାର୍ଷିକ ୧୨ ଲକ୍ଷ ଟଙ୍କାରୁ କମ୍ ବ୍ୟବସାୟ ପାଇଁ ପଞ୍ଜିକରଣ ଓ ୧୨ ଲକ୍ଷରୁ ଉର୍ଦ୍ଧ୍ୱ ପାଇଁ ଲାଇସେନସ୍ ପ୍ରଦାନ କରାଯାଇଥାଏ। ଖାଦ୍ୟ ନିରାପତ୍ତା ଆଇନ୍ ଧାରାର ସେକସନ୍ ୬୯ ଅବମାନନାରେ ଏହି ଅବଧି ମଧ୍ୟରେ ୨୧ ଜଣଙ୍କ ଠାରୁ ସମୁଦାୟ ୨୧, ୬୦୦ଟଙ୍କା ଜରିମାନା ଆଦାୟ କରାଯାଇଛି। ୫୮ଟି କ୍ଷେତ୍ରରେ ତଦନ୍ତ କରାଯାଇଛି। ୨୦ଟି ନିୟମିତ ନମୂନା ଓ ୪୨ଟି ସର୍ଭେଲାନ୍‌ସ ନମୂନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି। ପୂଜାଋତୁ ଆସୁଥିବାରୁ ବିଶେଷ କରି ଫାଷ୍ଟଫୁଡ଼୍‌, ମିଠା ଦୋକାନ, ହୋଟେଲ ଆଦିରେ ଖାଦ୍ୟ ପ୍ରସ୍ତୁତିରେ ଆକର୍ଷଣୀୟ ପାଇଁ ବିଭିନ୍ନ କୃତ୍ରିମ ରଙ୍ଗ, ସ୍ୱାଦ ବଢ଼ାଇବା ପାଇଁ କ୍ଷତିକାରକ ରାସାୟନିକ ଦ୍ରବ୍ୟର ବ୍ୟବହାର, ଅପମିଶ୍ରିତ ନିମ୍ନମାନର ଖାଦ୍ୟ, ଅସ୍ୱାସ୍ଥ୍ୟକର ପରିବେଶରେ ଖାଦ୍ୟ ପ୍ରସ୍ତୁତି, ପରିବେଷଣ, ଖାଦ୍ୟ ପ୍ରସ୍ତୁତି ପାଇଁ ବିଭିନ୍ନ ଉତ୍ପାଦରେ ଅପମିଶ୍ରଣ ଆଦିର ଅଧିକ ସମ୍ଭାବନା ଥିବାରୁ ବିଭାଗ ତରଫରୁ ଆଖି ଦୃଶିଆ ଚଢ଼ାଉ କରାଯାଉ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.