Home ଜିଲ୍ଲା ପରିକ୍ରମା ଖରସ୍ରୋତା ଜଳ ବିବାଦ, ବଳ ପ୍ରୟୋଗ ନୁହେଁ, ଆଲୋଚନା ମାଧ୍ୟମରେ ସମାଧାନ ହେଉ-ସିପିଆଇ(ଏମଏଲ)-ଲିବରେସନ

ଖରସ୍ରୋତା ଜଳ ବିବାଦ, ବଳ ପ୍ରୟୋଗ ନୁହେଁ, ଆଲୋଚନା ମାଧ୍ୟମରେ ସମାଧାନ ହେଉ-ସିପିଆଇ(ଏମଏଲ)-ଲିବରେସନ

29

ଭଦ୍ରକ, ୧୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକାର ଭାରିଗଦା ଠାରେ ପ୍ରସ୍ତାବିତ ପାନୀୟ ଜଳ ପ୍ରକଳ୍ପକୁ ବିରୋଧ କରି ସ୍ଥାନୀୟ ଲୋକେ ଦୀର୍ଘଦିନ ଧରି ଆନ୍ଦୋଳନ ଚଳାଇ ଆସୁଛନ୍ତି । ଆଜି ରାଜକନିକାବାସୀଙ୍କ ଦାବି ହେଲା ଖରସ୍ର୍ରୋତା ନଦୀରେ ସକରକାର ପ୍ରଥମେ ଆନିକଟ କରନ୍ତୁ । ଫଳରେ ଭୂତଳ ଜଳସ୍ତର କମିବ ନାହିଁ । ଲୋକଙ୍କ ପାନୀୟ ଜଳ ଓ ଚାଷୀ ପାଇଁ ମଧୁର ଜଳ ସମସ୍ୟା ଉପୁଜିବ ନାହିଁ । ଅପରପକ୍ଷେ ଲୁଣା ପାଣି ମଧ୍ୟ ଚାଷ ଜମିକୁ ମାଡ଼ିବ ନାହିଁ । ସରକାର ଏହି ପ୍ରକଳ୍ପର ସମସ୍ତ ତଥ୍ୟ ଡିପିଆର ଜନଗଣଙ୍କ ଅବଗତି ନିମନ୍ତେ ପ୍ରକାଶ କରନ୍ତୁ । ଯଥା ଖରସ୍ରୋତା ନଦୀରେ କେତେ ଜଳ କେଉଁ ସମୟରେ ପ୍ରବାହିତ ହେଉଛି, କେତେ ପାଣି ଭଦ୍ରକକୁ ପିଇବା ପାଇଁ ନେବେ ଇତ୍ୟାଦି । ଏହି ପ୍ରତିବାଦ କ୍ଷେତ୍ରରେ ଆନ୍ଦୋଳନରତ ଜନଗଣ କେବେ ମଧ୍ୟ ଭଦ୍ରକକୁ ପାନୀୟ ଜଳ ଯୋଗାଣର ବିରୋଧୀ ନୁହନ୍ତି । ବରଂ ସରକାରଙ୍କ ‘ଆଦାନି’ ପ୍ରେମ ଯେଯାଗୁଁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି । ତେଣୁ ସରକାର ଧାମରା ପ୍ରକଳ୍ପ ପାଇଁ ଖରସ୍ରୋତା ନଦୀରୁ ମଧୁର ଜଳ ନେବା ଓ ମାଲ ପରିବହନ ପାଇଁ ଆନିକଟ ନ କରିବା ଜିଦ୍‌ରେ ଅଟଳ ରହୁଛନ୍ତି । ଲୋକଙ୍କ ସହ ଅଲୋଚନା ନକରି ଜବରଦସ୍ତ ପ୍ରକଳ୍ପ କରାଇ ନେବାର ଉଦ୍ୟମ ଯୋଗୁଁ ଗତ ୧୨ ତାରିଖ ଯେଉଁ ଅଘଟଣ ଘଟିଲା ସେଥି ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ଦାୟୀ । ପୁନଶ୍ଚ ଆନ୍ଦୋଳନ ପରେ ରାତିରେ ଘରେ ପଶି ଅନ୍ଧାଧୁନିଆ ଭାବେ ଗିରଫଦାରୀ, ଘରର ଆସବାପତ୍ର ଭଙ୍ଗାରୁଜ୍ଜା କରିବା, ସ୍ତ୍ରୀ ଓ ପୁରୁଷ ନିର୍ବିଶେଷରେ ଛୋଟ ପିଲାମାନଙ୍କ ପ୍ରତି ର୍ଦୁବ୍ୟବହାର ଅତ୍ୟନ୍ତ ନିନ୍ଦନୀୟ ବୋଲି ସିପିଆଇ(ଏମଏଲ) ଲିବରେସନ ଭଦ୍ରକ ଶାଖା ଅଭିଯୋଗ କରିଛି । ଆମେ ତାହାର ଘୋର ନିନ୍ଦା କରୁଛୁ ବୋଲି ଭଦ୍ରକ ଶଖାର ଜିଲ୍ଲା ସମ୍ପାଦକ ସମର ବଳ ଆଜି ଭଦ୍ରକ ପୌରାଞ୍ଚସ୍ଥିତ ଜଗନ୍ନାଥପୁର ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ବୈଠକ ପରେ କହିଛନ୍ତି । ଶ୍ରୀ ବଳ ଦାବି କରି କହିଛନ୍ତିଯେ ସରକାର ବଳ ପ୍ରାୟାଗ ବନ୍ଦ କରନ୍ତୁ ଓ ଖରାସ୍ରାତା ବଞ୍ଚାଅ ସମିତି ସହ ଆଲୋଚନା କରି ତୁରନ୍ତ ସମସ୍ୟାର ସମାଧାନ କରନ୍ତୁ । ଯତ୍‌ଦ୍ୱାରା ଉଭୟ କେନ୍ଦ୍ରାପଡ଼ା ଓ ଭଦ୍ରକବାସୀଙ୍କ ସ୍ୱାର୍ଥ ସୁରକ୍ଷିତ ରହିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.