Home ଜିଲ୍ଲା ପରିକ୍ରମା କବୟିତ୍ରୀ ସ୍ୱର୍ଣ୍ଣଲତା ଜେନାଙ୍କ ଭଜନ ପୁସ୍ତକ ଭକ୍ତି ନିର୍ମାଲ୍ୟ ଉନ୍ମୋଚିତ

କବୟିତ୍ରୀ ସ୍ୱର୍ଣ୍ଣଲତା ଜେନାଙ୍କ ଭଜନ ପୁସ୍ତକ ଭକ୍ତି ନିର୍ମାଲ୍ୟ ଉନ୍ମୋଚିତ

60

ଭଦ୍ରକ, ୧୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କବୟିତ୍ରୀ ସ୍ୱର୍ଣ୍ଣଲତା ଜେନାଙ୍କ ଭଜନ ପୁସ୍ତକ ଭକ୍ତି ନିର୍ମାଲ୍ୟ ଉନ୍ମୋଚନ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଇଂ ଅଭୟ ସୂତାର ଙ୍କର ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ,ମୁଖ୍ୟବକ୍ତା ଭାବେ ଶିକ୍ଷାବିତ ଗଗନ ବିହାରୀ ରାଉତ,ସମ୍ମାନିତ ଅତିଥିଭାବେ ନାଟ୍ୟଶ୍ରୀ ନିର୍ମଳ ରାଉତ,ବରିଷ୍ଠ ସାମ୍ବାଦିକ ରବିନାରାୟଣ ଖିଲାର,କବି ରମେଶ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ଯୋଗଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସାମ୍ବାଦିକ ସନ୍ତୋଷ ଦାସ,ସିଦ୍ଧେଶ୍ୱର ଜେନା ,ସର୍ବେଶ୍ୱର ଜେନା,ଅମ୍ବିକା ଜେନା,ସମ୍ରାଟ ସ୍ୱାଇଁ ,ସ୍ମୃତିରେଖା ସ୍ୱାଇଁ ପ୍ରମୁଖ ଯୋଗଦେଇଥିଲେ । ମୁଖ୍ୟଅତିଥି ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ଜଗନ୍ନାଥ କୃପା ବିନା କବିର କଲମ ଚାଲିବା ସମ୍ଭବ ନୁହେଁ । ଏବଂ କବି ହିଁ ପ୍ରଭୁ କୃପା ର ଅଧିନରେ ଥାଏ ବୋଲି ମତବ୍ୟକ୍ତ କରିଥିଲେ । ଇଂ ଅଭୟ ସୂତାର କବି ହିଁ କବିତା ଭଜନରେ ପ୍ରଭୁଙ୍କ ଦର୍ଶନ ପାଇଥାଏ । ସେ ପ୍ରଭୁ ପ୍ରେମରେ ଲେଖିଯାଏ ତାର ସ୍ମୃତି ବୋଲି କହିଥିଲେ । ଆଉ ମୁଖ୍ୟବକ୍ତା ଶ୍ରୀ ରାଉତ କବୟିତ୍ରୀଙ୍କର ଚିନ୍ତା ଚେତନାକୁ ଏକ ସ୍ନେହ ପ୍ରେମର ସ୍ୱପ୍ନ ସାଗର ଜଗନ୍ନାଥ ସଂସ୍କୃତିର ପୁଣ୍ୟଧାର ବୋଲି କହିଥିଲେ । ନାଟ୍ୟଶ୍ରୀ ନିର୍ମଳ ରାଉତ ଜଗନ୍ନାଥ କୃପା ହିଁ କବୟିତ୍ରୀଙ୍କ କଲମ ମୁନକୁ ବିଭୁ ପ୍ରେମରେ ମଜାଇ ଦେଇଛି ବୋଲି କହିବା ସହିତ କବୟିତ୍ରୀ ଙ୍କର ଏହି ଭକ୍ତି ନିର୍ମାଲ୍ୟ ଭଜନ ପୁସ୍ତକଟି ଅତ୍ୟନ୍ତ ହୃ୍‌ଦୟସ୍ପର୍ଶୀ ହୋଇଛି । ଯାହାକି ଜଣେ ଜଗନ୍ନାଥ ଙ୍କ ପ୍ରଚାରପ୍ରସାରକ ପଣ୍ଡିତ ଆଚାର୍ଯ୍ୟ ଙ୍କ ଦ୍ୱାରା ହିଁ ଉନ୍ମୋଚନ ହୋଇପାରିଛି । ବୋହୂ କବୟତ୍ରୀ ଋତୁରେଖା ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.