Home ଓଡ଼ିଶା ଖନ୍ତାପଡ଼ା ପୋଲିସ ଦ୍ୱାରା ୫ଟି ଗୋରୁ ଗାଡ଼ି ଜବଦ , ୧୫୩ ଜୀବନ୍ତ ଓ ୩ଟି...

ଖନ୍ତାପଡ଼ା ପୋଲିସ ଦ୍ୱାରା ୫ଟି ଗୋରୁ ଗାଡ଼ି ଜବଦ , ୧୫୩ ଜୀବନ୍ତ ଓ ୩ଟି ମୃତ ଗୋରୁ ଉଦ୍ଧାର

99

ବାହାନଗା,୦୯ା୧୧(ଭାରତୀ ଦାସ / ଓଡ଼ିଆ ପୁଅ ) : ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ପକ୍ଷରୁ ଚଢାଉ କରାଯାଇ ରବିବାର ବିଳମ୍ବିତ ରାତିରେ ୫ଟି ଗୋରୁ ଗାଡ଼ି ଜବଦ କରିବା ସହ ସେଥିରେ ଥିବା ୧୫୩ଟି ଜୀବନ୍ତ ଗୋରୁ ଓ ୩ଟି ମୃତ ଗୋରୁ ଉଦ୍ଧାର କରାଯାଇଛି । ସୂଚନା ଅନୁସାରେ ରବିବାର ରାତିରେ ପଶ୍ଚିମବଙ୍ଗ ଅଭିମୂଖେ ୪ଟି ଟ୍ରକ (ଓଡ଼ି୨୯ଏଫ-୩୯୦୯)ରେ ୩୨ ଗୋରୁ ,( ଓଡ଼ି୨୯ଡି-୫୮)ରେ ୨୯ ଗୋରୁ , (ଓଆର ୦ଏଫ-୬୭୫୪)ରେ ୩୯ରୁ ୩ମୃତ ଗୋରୁ , (ଓଡ଼ି ୧୭ ପି- ୬୨୪୦)ରେ ୩୧ ଗୋରୁ ଓ ଗୋଟିଏ ପିକଅପ (ଓଆର ୨୧ବି -୪୨୭୩)ରେ ୨୨ଟି ଗୋରୁ ଚାଲାଣ ହେଉଥିବା ବେଳେ ଖବର ପାଇ ଖନ୍ତାପଡ଼ା ଥାନାଅଧିକାରୀ ପରେଶ ଚନ୍ଦ୍ର ରାଉତଙ୍କ ନିର୍ଦ୍ଦେଶ କ୍ରମେ ଗାଡ଼ି ଗୁଡ଼ିକୁ ଅଟକା ଯାଇଥିଲା । ସେଥିରେ ଗୋରୁ ଭର୍ତ୍ତି ହୋଇ ଯାଉଥିବାର ଦେଖି ଗାଡ଼ିକୁ ଅଟକ ରଖା ଯାଇଥିଲା । ସେଥିରେ ଗୋରୁ ଦେଖି ଥାନାକୁ ଅଣା ଯାଇ ପଚରା ଉଚୁରା କରିବା ସହ ୫ଟି ଗାଡ଼ିର ୫ ଟ୍ରାଇଭର ଓ ୩ହେଲପରଙ୍କୁ ଅଟକ ରଖା ଯାଇଥିବାର ଥାନାଅଧିକାରୀ ଶ୍ରୀ ରାଉତ ସୂଚନା ଦେଇଛନ୍ତି । ପରେ ଗୋରୁ ଗୁଡ଼ିକ ବାମପଦା ସ୍ଥିତ ଗୋ ଶାଳାକୁ ସ୍ଥାନାନ୍ତର କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.