Home ଜିଲ୍ଲା ପରିକ୍ରମା ଖନ୍ତାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଗ୍ନି କାଣ୍ଡ

ଖନ୍ତାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଗ୍ନି କାଣ୍ଡ

80

ବାହାନଗା,୦୬ା୧୧(ଭାରତୀ ଦାସ/ଓଡ଼ିଆ ପୁଅ ) : ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଖନ୍ତାପଡ଼ା ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସଟ ସର୍କିଟରେ ଅପରେସନ ଥେଟରରେ ନିଆାଁ ଲିଗିଥିବାର ଜଣାପଡ଼ିଥିଲା । ଅଗ୍ନି ନିର୍ବାପକ ଯନ୍ତ୍ର ସାହାଯ୍ୟରେ କର୍ମଚାରୀ ମାନେ ନିଆାଁକୁ ଆୟତ୍ତ କରିବାରେ ସକ୍ଷମ ହୋଇ ଥିଲେ । ଖବର ପାଇ ବାହାନଗାରୁ ୨ଟି ଦମକଳ ବାହୀନୀ ଘଟଣା ସ୍ଥଳରେ ପହଞ୍ଚି ଥିଲେ । ଏହି ସଟ ସର୍କିଟରେ ଓଟିର ଏସି, ବେଡ଼ସିଟ, ଗଦି, ଝରକାର କିଛି ଅଂଶ ପୋଡ଼ି ଯାଇଛି । ତେବେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସା ଅଧିକାରୀ ଡ. ଧିରେଶ ଷଢଙ୍ଗୀ କହନ୍ତି ଯେ କୌଣସି ବଡ଼ଧରଣର କ୍ଷତି ହୋଇ ନାହିଁ କି ରୋଗୀଙ୍କ କୌଣସି କ୍ଷତି ହୋଇ ନାହିଁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.