Home ଓଡ଼ିଶା ଖଣି ଅଞ୍ଚଳରେ ଅପପୃଷ୍ଟି ରୋକିବାକୁ ସରକାରଙ୍କ ପ୍ରୟାସ

ଖଣି ଅଞ୍ଚଳରେ ଅପପୃଷ୍ଟି ରୋକିବାକୁ ସରକାରଙ୍କ ପ୍ରୟାସ

131

ଯୋଡା, ୧୮/୧୧ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଯୋଡା ବ୍ଲକ ଅନ୍ତର୍ଗତ ବଡକାଳିମାଟି ପଞ୍ଚାୟତରେ କ୍ଲଷ୍ଟର ସ୍ଥରିୟ ବଡକାଳିମାଟି, ବଳଦା ଓ ପଳସା ଗ୍ରାମପଞ୍ଚାୟତ ଅଙ୍ଗନୱାଡି କର୍ମି, ଆଶା କର୍ମି ଓ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ନେଇ ଅପପୃଷ୍ଟୀ ଦୂରୀକରଣ ନିମନ୍ତେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏଥିରେ କୁପୋଷଣ, ଅପପୃଷ୍ଟି ଦୂର କରିବା ପାଇଁ ମୋ ଉପକାରି ବଗିଚା କିପରି ନିର୍ମାଣ କରାଯାଇପାରିବ ସେ ବିଷୟରେ ଆଲୋଚନା କରାଯାଇଥିଲା । ଏହି କର୍ମଶାଳାଟି ୪ଦିନ ଧରି ଆୟୋଜନ କରାଯାଇ ଏ ଅଞ୍ଚଳର ଗରିବ ଦିନ ମଜୁରିଆମାନଙ୍କୁ ଏହାର ଉପକାରିତା ସମ୍ବନ୍ଧରେ ଅପଗତ କରାଯାଇଥିଲା । ଏହି ଆଲୋଚନା ଚକ୍ରଟି ବିଶେଷ ସଫଳତା ଲାଭ କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.