Home କେନ୍ଦୁଝର କ ସ୍ତରିୟ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ବାର୍ଷିକ କ୍ରୀଡା ପ୍ରତିଯୋଗିତା

କ ସ୍ତରିୟ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ବାର୍ଷିକ କ୍ରୀଡା ପ୍ରତିଯୋଗିତା

126

ପାଟଣା ୨-୧୨ (ଓଡ଼ିଆ ପୁଅ/ସନ୍ତୋଷ ପତି) – ପାଟଣା ମୁଖ୍ୟାଳୟ ସ୍ଥିତ ମିନି ଷ୍ଟାଡିୟମରେ ବ୍ଲକ ସ୍ତରୀୟ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଙ୍କ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି। ଗୋଷ୍ଠି ସମ୍ବଳ ଶିକ୍ଷୟତ୍ରୀ ରଜନୀ ନାଏକଙ୍କ ସଂଯୋଜନା ରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପାଟଣା ଗୋଷ୍ଠି ଶିକ୍ଷାଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ଅମାତ ଯୋଗଦେଇ ଛାତ୍ରଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ ମୁଖ୍ୟ ବକ୍ତା ଭାବର ପାଟଣା ବ୍ଲକ ଶିକ୍ଷକ ସଂଘ ସମ୍ପାଦକ କମଳା କାନ୍ତ ପତି ଯୋଗଦେଇଥିଲେ ଅନ୍ୟତମ ଅତିଥି ଭାବ ରେ ସହ ଶିକ୍ଷା ଅଧିକାରୀ ନରୋତ୍ତମ ସାହୁ ସି, ଆର,ସି,ସି ପ୍ରମୋଦ କୁମାର ମହାନ୍ତ,ସନ୍ତୋଷ କୁମାର ନାଏକ ଶିକ୍ଷକ ମୀନକେତନ ପାତ୍ର ଯୋଗଦେଇ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କୁ ମାର୍ଗ ଦର୍ଶନ ଦେଇଥିଲେ ସି,ଆର,ସି,ସି ଶ୍ରୀକାନ୍ତ ବିଶ୍ୱାଳ ଙ୍କ ସଭାପତିତ୍ୱ ରେ ଏହି ପୁରଷ୍କାର ବିତରଣ ଉତ୍ସବରେ ବ୍ଲକ ର ବିଭିନ୍ନ ବିଦ୍ୟାଳୟ ର ମୋଟ ୧୦୫ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରି ନିଜ ନିଜ ପ୍ରତିଭା ପ୍ରଦର୍ଶନ କରିଥିଲେ।ପ୍ରତିଯୋଗିତାରେ ପ୍ରଥମ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥଲା। କାର୍ଯ୍ୟକ୍ରମ ରେ ଶିକ୍ଷକ ବିରମୋହନ ଦ୍ବିବେଦୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷକ ଯଶୋବନ୍ତ ନାଏକ,କ୍ଷେତ୍ରବାସୀ ମହାନ୍ତ, ଗୋବିନ୍ଦ ମହାନ୍ତ,ଗୀତାରାଣୀ ଦାସ ନକୁଳ ପାତ୍ର ପରିଚାଳନା ରେ ସହଯୋଗ କରିଥିଲେ ପରିଶେଷରେ ଶିକ୍ଷକ ମୀନକେତନ ପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.