Home ଜିଲ୍ଲା ପରିକ୍ରମା କ୍ୱାରେଣ୍ଟାଇନ୍ ସେଣ୍ଟରରେ ପ୍ରବାସୀଙ୍କ ଅଭିଯୋଗ

କ୍ୱାରେଣ୍ଟାଇନ୍ ସେଣ୍ଟରରେ ପ୍ରବାସୀଙ୍କ ଅଭିଯୋଗ

168

ଭଦ୍ରକ, ୨୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ୍ ବମକୁରା ପଂଚାୟତର କ୍ୱାରେଣ୍ଟାଇନ୍ ସେଣ୍ଟରରେ ରହୁଥିବା ଅନ୍ତେବାସୀଙ୍କ ଅଭିଯୋଗ ଚର୍ଚ୍ଚାର ବିଷୟ ହୋଇଛି । ଏଠାରେ ସୂଚନାଯୋଗ୍ୟ ଏହି ସେଣ୍ଟରରେ ଏବେ ପ୍ରାୟ ୪୫ ଜଣ ପ୍ରବାସୀ ରହୁଛନ୍ତି । ସେମାନଙ୍କ କହିବା ଅନୁଯାୟୀ ୪୫ ଜଣ ପ୍ରବାସୀଙ୍କ ପାଇଁ ରହିଛି ଗୋଟିଏ ପାଇଖାନା । ଏଠାରେ ବହୁ ବ୍ୟକ୍ତିଙ୍କର କରୋନାରେ ସଂକ୍ରମଣ ହେବାର ଲକ୍ଷଣ ଦେଖାଯାଉଛି । କିନ୍ତୁ ସ୍ଥାନୀୟ ନୋଡାଲ ଅଫିସରଙ୍କ ନିକଟରେ ଅଭିଯୋଗ କରାଯାଉଥିଲେ ମଧ୍ୟ ସେ କର୍ଣ୍ଣପାତ କରୁନାହାଁନ୍ତି । ଏହି ବ୍ୟକ୍ତିମାନଙ୍କର ଟେଷ୍ଟ ହେଉନଥିବାବେଳେ ପାଇଖାନାକୁ ଫିନାଇଲ୍‌ରେ ସାନିଟାଇଜ୍ କରାଯାଉଛି । ଏଠାରେ ଡଷ୍ଟବିନ୍‌ଟିଏ ନଥିବାବେଳେ ଦୁଇଜଣଙ୍କ ପାଇଁ ଗୋଟିଏ ମଗ ଓ ଗୋଟିଏ ବାଲ୍‌ତି ବ୍ୟବହାର ପାଇଁ ଦିଆଯାଉଛି । ଗୋଟିଏ ରୁମ୍‌ରେ ୮ ରୁ ୧୦ ଜଣ ପ୍ରବାସୀଙ୍କୁ ରଖାଯାଇ ସେମାନଙ୍କୁ ଆଡଜେଷ୍ଟ କରି ରହିବାକୁ କୁହାଯାଉଛି । ଏପରିକି ୧୦ ଦିନ ରହିଥିବା ପ୍ରବାସୀଙ୍କ ସହ ନୂଆ ବ୍ୟକ୍ତିଙ୍କୁ ଆଣି ଥଇଥାନ କରାଯାଉଛି । ଅନେକ ପ୍ରବାସୀ ୧୪ ଦିନ କ୍ୱାରେଣ୍ଟାଇନରେ ରହି ଯିବା ପରେ ମଧ୍ୟ ସେମାନଙ୍କୁ ୨ ହଜାର ଟଙ୍କା ସହାୟତା ମିଳୁନାହିଁ । ନୋଡାଲ ଅଧିକାରୀଙ୍କୁ କହିବାରୁ ସେ ପଇସା ଏପର୍ଯ୍ୟନ୍ତ ଆସିନାହିଁ ବୋଲି କହୁଛନ୍ତି । ଅନ୍ତେବାସୀମାନେ ଏ ସଂପର୍କରେ ଜିଲାପାଳ ଡ. ଜ୍ଞାନ ଦାସଙ୍କୁ ମୋବାଇଲ୍ ଯୋଗେ ଅବଗତ କରାଇବାରୁ ସେ ଏ ବାବଦ ଟଙ୍କା ଦିଆସରିଥିବାର କହିଛନ୍ତି । ଅପରପକ୍ଷେ ନୋଡାଲ ଅଫିସର ଜିଲାପାଳ ମେସେଜ୍ ଦେଲେ ସେ ପଇସା ଦେବେ ବୋଲି କହିବା ଘଟଣା ଅନ୍ତେବାସୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.