Home କେନ୍ଦୁଝର କ୍ୱାରେଣ୍ଟାଇନରେ ନାନା ଅବ୍ୟବସ୍ଥା, ଉପବାସରେ ରହିଲେ ଅନ୍ତେବାସୀ

କ୍ୱାରେଣ୍ଟାଇନରେ ନାନା ଅବ୍ୟବସ୍ଥା, ଉପବାସରେ ରହିଲେ ଅନ୍ତେବାସୀ

169

ହାଟଡ଼ିହି, ୧୫ । ୪ : ହାବଳେଶ୍ୱର ପଞ୍ଚାୟତର ହାବଳେଶ୍ୱର ବାତ୍ୟା ଅଶ୍ରୟସ୍ଥଳୀରେ ଖୋଲାଯାଇଥିବା କରୋନା ଅସ୍ଥାୟୀ ଚିକିତ୍ସାକେନ୍ଦ୍ର ରେ ବ୍ୟାପକ ଅବ୍ୟବସ୍ଥା ଦେଖିବାକୁ ମିଳିଛି । ଗତକାଲି ରାତିରେ ଗ୍ରାମର ୨୩ଜଣଙ୍କୁ ଅଣାଯାଇ ଏଠାରେ କ୍ୱାରେଣ୍ଟାଇନରେ ରଖାଯାଇଥିବାବେଳେ ସେମାନଙ୍କୁ ମଧାହ୍ନରେ ପ୍ରସ୍ତୁତ ରନ୍ଧାଖାଦ୍ୟକୁ ରାତିରେ ଦିଆଯାଇଥିଲା । ଭାତ ଗୁଡିକ ଶୁଖି ଚାଉଳ ହୋଇଯାଇଥିବାରୁ ଅନ୍ତେବାସୀମାନେ ତାହାକୁ ଖାଇ ନଥିଲେ । ଆଜି ସକାଳ ୯ଟା ପର୍ଯ୍ୟନ୍ତ ସେମାନଙ୍କ ପାଇଁ କୌଣସି ଜଳଖିଆର ବ୍ୟବସ୍ଥା କରାଯାଇ ନଥିବାବେଳେ ପିଇବା ପାଣିଟୋପେ ମଧ୍ୟ ଦିଆଯାଇ ନଥିଲା । ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ମାନେ ସେଠାର ପହଞ୍ଚିବାପରେ କ୍ୱାରେଣ୍ଟାଇନରେ ରହିଥିବା ମହିଳାମାନେ ଏହାର ଦୃଢ଼ ପ୍ରତିବାଦ କରିଥିଲେ । ଦୁଇଓଳି ରନ୍ଧାଖାଦ୍ୟ ଦେବାକୁ ସରକାର ଘୋଷଣା କରିଥିବାବେଳେ ଏଠାରେ ଗୋଟିଏ ଓଳି ରନ୍ଧାଯାଇ ଲୋକମାନଙ୍କୁ ଦୁଇ ଓଳି ଖାଇଦେବାକୁ କୁହଯାଉଛି ବୋଲି ସେମାନେ ଖୁଲାମଖୁଲା ଅଭିଯୋଗ କରିଥିଲେ । କ୍ୱାରେଣ୍ଟାଇନରେ ରହିଥିବା ଲୋକମାନଙ୍କର ଏପରି ସମସ୍ୟାକୁ ଦେଖି ଗଣମାଦ୍ୟମ ପ୍ରତିନିଧିମାନେ ତୁରନ୍ତ ଆନନ୍ଦପୁର ଉପଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଶଣ କରିବାରୁ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ତୁରନ୍ତ ସେମାନଙ୍କୁ ବିସ୍କୁଟ ଓ ପାଣି ଯୋଗାଇ ଦେଇଥିଲେ । ଖାଲି ଏହି ଗୋଟିଏ ସ୍ଥାନ ନୁହଁ ବ୍ଲକର ଅନେକ ପଞ୍ଚାୟତରେ ମଧ୍ୟ ଏହିପରି ଅବ୍ୟବସ୍ଥା ଦେଖିବାକୁ ମିଳିଛି । ଗୋଟିଏ ଥର ରୋଷଇ କରି ଦେଉଥିବାବେଳେ ଆଉ ଗୋଟିଏ ଓଳି ପାଇଁ କିଏ ବିସ୍କୁଟ ତ ଆଉ କିଏ ଚୁଡା ଗଣ୍ଡିଏ ଦେଇ ଦେଉଛନ୍ତି । ସରକାର ଦୁଇଓଳି ପାଇଁ ୬୦ଟଙ୍କାର ବ୍ୟବସ୍ଥା କରିଥିବାବେଳେ କେହି ତାର ମାନ ପରୀକ୍ଷଣ କରୁନଥିବାର କିଛି ସ୍ଥାନରେ ଏହା ଅତି ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ ହେଉଛି । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.