Home ଓଡ଼ିଶା କ୍ଷେପଣାସ୍ତ୍ର ‘ସୌର୍ଯ୍ୟ’ର ପରୀକ୍ଷା ସଫଳ

କ୍ଷେପଣାସ୍ତ୍ର ‘ସୌର୍ଯ୍ୟ’ର ପରୀକ୍ଷା ସଫଳ

112

ବାଲେଶ୍ୱର, ୩ା୧୦(ଓଡ଼ିଆ ପୁଅ/ଅଭୟ ଦାସ): ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥାନ (ଡିଆରଡିଓ) ପକ୍ଷରୁ ବାଲାଷ୍ଟିକ୍ କ୍ଷେପଣାସ୍ତ୍ର ସୌର୍ଯ୍ୟ ବା କେ-୧୫ର ଆଜି ସଫଳ ପରୀକ୍ଷା ହୋଇଯାଇଛି। ଭଦ୍ରକ ଜିଲ୍ଲା ଧାମରାସ୍ଥିତ ଅବଦୁଲ କାଲାମ ଦ୍ୱୀପର ୪ ନଂ ଆଇଟିଆର ଲଞ୍ଚ କମ୍ପେ୍ଲକ୍ସରୁ ମଧ୍ୟାହ୍ନ ୧୨ଟା ୧୦ମିନିଟରେ ଏହାକୁ ଉତକ୍ଷେପଣ କରାଯାଇଥିଲା। ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି ବାଲାଷ୍ଟିକ୍ ମିଜାଇଲ୍ସର ଲମ୍ବ ୧୦ ମିଟର ହୋଇଥିବା ବେଳେ ମୋଟେଇ ୨-୪ ଫୁଟ ଅଟେ। ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ ହେଉଥିବା ଏହି କ୍ଷେପଣାସ୍ତ୍ର ୨୦୦ କିଲୋଗ୍ରାମରୁ ୧ ଟନ୍ ପର୍ଯ୍ୟନ୍ତ ଉଭୟ ପାରମ୍ପାରିକ ଓ ପରାମାଣୁ ଯୁଦ୍ଧାସ୍ତ୍ର ବହନ କରି ୮୦୦ କିଲୋମିଟର ଦୂର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିଥାଏ। ପୂର୍ବରୁ ଭାରତୀୟ ବାୟୁସେନାରେ ଏହି କ୍ଷେପଣାସ୍ତ୍ରକୁ ସାମିଲ କରାଯାଇଛି। ତେବେ ଆଜିର ସଫଳ ପରୀକ୍ଷାକୁ ନେଇ ଡିଆରଡିଓ ଏବଂ ଆଇଟିଆରର କ୍ଷେପଣାସ୍ତ୍ର ବିଶେଷଜ୍ଞ ଓ ବୈଜ୍ଞାନିକଙ୍କ ମଧ୍ୟରେ ଖୁସୀର ଲହରୀ ଖେଳିଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.