Home ଓଡ଼ିଶା କ୍ଷତିପୂରଣ ଦାବିରେ ଶବକୁ ବୋହିକରି ସହର ମଧ୍ୟରେ ରାସ୍ତାରେ ରଖିଲେ ;୩ ଘ.ପରେ ଶବ ରାସ୍ତାରୁ...

କ୍ଷତିପୂରଣ ଦାବିରେ ଶବକୁ ବୋହିକରି ସହର ମଧ୍ୟରେ ରାସ୍ତାରେ ରଖିଲେ ;୩ ଘ.ପରେ ଶବ ରାସ୍ତାରୁ ଉଠିଲା

117

କୋରାପୁଟ ; ତା୨୦-୧୦-୧୮(ଓଡିଆ ପୁଅ /ରଂଜନ କୁମାର ଦାସ) କୋରାପୁଟ ସହରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା।କ୍ଷତିପୂରଣ ଦାବିରେ ଜଣେ ବ୍ୟକ୍ତିଙ୍କ ଶବକୁ ଡାକ୍ତରଖାନାରୁ ବୋହିକରି ସହର ମଧ୍ୟରେ ନେଇ ଟ୍ରାଫିକ ଛକଠାରେ ପରିବାର ଲୋକେ ରାସ୍ତା ରୋକୋ କରିଥିଲେ।୩ ଘ.ପରେ ଶବ ରାସ୍ତାରୁ ଉଠିଥିଲା।ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଆଡମୁଣ୍ଡା ମାଲାକାନଗିରି ଗ୍ରାମର ବୃନ୍ଦା କୁଲଦୀପ ଛେଳି ବ୍ୟବସାୟ କରିବାକୁ ଡୁମୁରିପୁଟ ଯାଇଥିଲେ ସେଠାରେ ସୁଗୁଣାପୁଟ ଗ୍ରାମର ଭଗବାନ ମାଝିଏକ ମଟରସାଇକେଲରେ ରାସ୍ତାରେ ଯାଉଥିବା ସମୟରେ ଧକ୍କା ହେବା ଫଳରେ ସେ ଗୁରୁତର ଭାବେ କୋରାପୁଟ ଡାକ୍ତରଖାନାରେ ଭର୍ତି ହୋଇଥିଲେ।କୋରାପୁଟ ଡାକ୍ତରଖାନାରେ କେବଳ ସାଲାଇନ ଦେଇ ରୋଗୀକୁ ତଳେ ରଖାଯାଇଥିଲା ବୋଲି ନିରଞନ ଗୋଲରୀ ଅଭିଯୋଗ କରିଥିଲେ।ତାର ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ନେବାକୁ ଡାକ୍ତର ପରାମର୍ଶ ଦେଇଥିଲେ।କିନ୍ତୁ କୋରାପୁଟରେ ଆମ୍ବୁଲାନ୍ସ ନ ଥିବାରୁ ପରିବାର ଲୋକେ ଏକ ବେସରକାରୀ ଆମ୍ବୁଲାନ୍ସ ବନ୍ଦୋବସ୍ତ କରିଥିଲେ।ଏ ସଂପର୍କରେ ଆମ୍ଭେ ବାରମ୍ବାର ଡାକ୍ତର ଓ ପୋଲିସକୁ ସହାୟତା ମାଗିଥିଲୁ କିନ୍ତୁ କେହି ସହାୟତା କଲେ ନାହିଁ ଏପରିକି ପୋଲିସ କୁ କହିବାରୁ ମଲେ ମରିଯାଉ ଆମ୍ଭର କଣ ଗଲା ବୋଲି ଜଣେ ପୋଲିସ ଅଧିକାରୀ କହିଥିଲେ ବୋଲି ସେ ଅଭିଯୋଗ କରିଥିଲେ।କୋରାପୁଟ ଏସଡିପିଓ ଟି.ଜେ.ରେଡ୍ଡିଙ୍କୁ ଏ ଅଭିଯୋଗ ସଂପର୍କରେ ପଚାରିବାରୁ ସେ ଏହାକୁ ଖଣ୍ଡନ କରି ରୋଗୀ ନିମନ୍ତେ ପୋଲିସ ଆମ୍ବୁଲାନ୍ସର ବ୍ୟବସ୍ଥା କରୁଥିଲେ ବୋଲି ପ୍ରକାଶ କରିଥିଲେ।ଆମ୍ବୁଲାନ୍ସାରେ ନେବା ବେଳକୁ ରୋଗୀର ମୃତ୍ୟୁ ହୋଇଯାଇଥିଲା। ଶବ ବ୍ୟବଛେଦ କରିବୁ ନାହିଁ କ୍ଷତିପୁରଣ ନିମନ୍ତେ ରାସ୍ତାରୋକୋ କରିବୁ ବୋଲି ପ୍ରକାଶ କରିବା ପରେ ଡାକ୍ତରଖାନାରେ ଉତେଜନା ଦେଖାଦେଇଥିଲା।କୋରାପୁଟ ଟାଉନଥାନା ଭାରପ୍ରାପ୍ତ ନିରୀକ୍ଷକ କ୍ଷିରେଶ୍ୱର ସାହୁ ଡାକ୍ତରଖାନାରେ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସତ୍ୱେ ପରିବାର ଲୋକେ ଡାକ୍ତରଖାନାର ଷ୍ଟ୍ରେଚରରେ ଶବକୁ ଧରି ସହର ମଧ୍ୟରେ ବୋହି ନେଇ ବଟ୍ରାଫିକ ଛକଠାରେ ରଖିଥିଲେ।ଘଟଣାସ୍ଥଳରେ ପୋଲିସ ମୃତୟନ କରାଯାଇଥିଲା ଓ କୋରାପୁଟ ତହସିଲଦାର ନେହେରୁ ମାଝି ପହଂଚି ଆନ୍ଦୋଳନକାରୀମାନଙ୍କ ଆଲୋଚନା କରି ରେଡକ୍ରସ ପାଣ୍ଠିରୁ ୫ ହଜାର ଟଙ୍କା କ୍ଷତିପୁରଣ ବାବଦରେ ପ୍ରଦାନ କରାଯିବ ବୋଲି କହିବାରୁ ସେମାନେ ରାଜି ହୋଇ ନ ଥିଲେ।ମୃତକ ପରିବାରକୁ ୧ ଲକ୍ଷ ଟଙ୍କା କ୍ଷତିପୂରଣ ବାବଦରେ ପ୍ରଦାନ କରିବା ସହ ମୃତକର ପତ୍ନୀଙ୍କୁ ସରକାରୀ ଚାକିରୀ ଓ ସନ୍ତାନମାନଙ୍କୁ ମାଗଣାରେ ଶିକ୍ଷାଦାନ କରିବା ପ୍ରମୁଖ ଦାବି କରିଥିଲେ।କୋରାପୁଟ ଜିଲ୍ଲା ବିଜେପି ସଭାପତି ବିଜୟ କୁମାର ମିଶ୍ର, ଓକିଲ ଏନ.ଏନ.ବାଘ ପ୍ରମୁଖ ଆସି ବୁଝାସୁଝା କରୁଥିଲେ ସୁଦ୍ଧା କେହି ବୁଝିବାକୁ ନ ଥିଲେ ଶେଷରେ ରେଡକ୍ରସ ପାଣ୍ଠିରୁ ୧୦ ହଜା ଟଙ୍କା, ଜାତୀୟ ପରିବାର ଉପକାର ଯୋଜନାରୁ ୨୦ ହଜାର ଟଙ୍କା ପ୍ରଦାନ କରିବେ ବୋଲି କହିବା ପରେ ସେମାନେ ରାଜି ହୋଇଥିଲେ।।କୋରାପୁଟ ତହସିଲଦାର ରେଡକ୍ରସରୁ ୧୦ ହଜାର ଓ ମଟରସାଇକେଲ ଆରୋହୀର ପରିବାର ୨୦ ହଜାର ଟଙ୍କା ଦେବାପରେ ଶବକୁ ରାସ୍ତାରୁ ପରିବାର ଲୋକେ ଉଠାଇଥିଲେ।ଶବ ବ୍ୟବଛେଦ ନିମନ୍ତେ ସରକାରୀ ଗାଡି ଆସିବାରେ ମଧ୍ୟ ବିଳମ୍ବ ହୋଇଥିବା ନଜର କରାଯାଇଥିଲା।ବିଳମ୍ବରେ ଆମ୍ବୁଲାନ୍ସ ପହଂଚିବା ପରେ ଶବ ବ୍ୟବଛେଦ ନିମନ୍ତେ କୋରାପୁଟ ମେଡିକାଲକୁ ନିଆଯାଇଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.