Home ଓଡ଼ିଶା ଆଜି ପୁଣି ଲାଲକିଲ୍ଲାରୁ ତ୍ରିରଙ୍ଗା ଉଡାଇବେ ମୋଦି!କହିଲେ ଓଡ଼ିଶା କଥା

ଆଜି ପୁଣି ଲାଲକିଲ୍ଲାରୁ ତ୍ରିରଙ୍ଗା ଉଡାଇବେ ମୋଦି!କହିଲେ ଓଡ଼ିଶା କଥା

1129

ଭୁବନେଶ୍ୱର;୨୧,ଅକ୍ଟୋବର:ଆଜି ପୁଣି ଥରେ ଲାଲକିଲ୍ଲାରୁ ତ୍ରିରଙ୍ଗା ଉଡାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।ଏହି ଐତିହାସିକ କାର୍ଯ୍ୟକ୍ରମରେ ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମା ଏବଂ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପୁତୁରା ଉପସ୍ଥିତ ରହିବେ।ସୂଚନାଯୋଗ୍ୟ ଯେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ୨୧ ଅକ୍ଟୋବର ୧୯୪୩ ମସିହାରେ ଆଜାଦ ହିନ୍ଦ ଫୌଜର ସ୍ଥାପନା କରିଥିଲେ।ନିଜ ଟ୍ୱିଟରରେ ଏକ ଭିଡିଓ ଜାରି କରି ମୋଦି ୨୧ ଅକ୍ଟୋବରରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଦ୍ଵାରା ସ୍ଥାପିତ ଆଜାଦ ହିନ୍ଦ ଫୌଜର ୭୫ ତମ ବର୍ଷ ପୂର୍ତ୍ତି ଅବସରରେ ଲାଲକିଲାରେ ତ୍ରିରଙ୍ଗା ଉଡାଇବା କଥା ଘୋଷଣା କରିଛନ୍ତି।

ଜାରି ଭିଡିଓଟିରେ ମୋଦି ବ୍ରିଟିଶ ହୁକୁମତ ବିରୋଧରେ ସ୍ୱାଧୀନତା ପାଇଁ ନିର୍ଣ୍ଣାୟକ ଭୂମିକା ନେଇଥିବା ମହାପୁରୁଷ ମାନଙ୍କୁ ସ୍ମରଣ କରିଛନ୍ତି।ପ୍ରଧାନମନ୍ତ୍ରୀ ଏଥିରେ ରୋହତକର ଛୋଟୁରାମଙ୍କୁ ମଧ୍ୟ ସ୍ମରଣ କରିଛନ୍ତି।ଛୋଟୁରାମ ପରାଧୀନ ଭାରତରେ ପଛୁଆ ଏବଂ ଶୋଷିତ ବର୍ଗର ଉତ୍ଥାନ ପାଇଁ କାମ କରୁଥିଲେ।ଏହା ସହିତ ୧୮୧୭ରେ ଇଷ୍ଟ ଇଣ୍ଡିଆ କମ୍ପାନୀର ଅତ୍ୟାଚାର ବିରୋଧରେ ଓଡ଼ିଶାରେ ଆରମ୍ଭ ହୋଇଥିବା ପାଇକ ବିଦ୍ରୋହ କଥା ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ସ୍ମରଣ କରିଛନ୍ତି।ବିଦ୍ରୋହ କଥା କହିବାକୁ ଯାଇ ଜନଜାତି ସମୁଦାୟର ଯୋଗଦାନକୁ ସ୍ମରଣ କରି ମୋଦି ବିର୍ଷା ମୁଣ୍ଡାଙ୍କ କଥା ମଧ୍ୟ କହିଛନ୍ତି।ସ୍ୱାଧୀନତା ଆନ୍ଦୋଳନରେ ଆଦିବାସୀ ମାନଙ୍କର ଯୋଗଦାନକୁ ସମ୍ମାନ ଦେଇ ବିଦ୍ରୋହ ହୋଇଥିବା ରାଜ୍ୟ ଗୁଡ଼ିକରେ ସ୍ମାରକୀ କରାଇବା ପାଇଁ ମୋଦୀ ଘୋଷଣା କରିଛନ୍ତି।/ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.