Home ଜିଲ୍ଲା ପରିକ୍ରମା କ୍ରସର ମାଲିକଙ୍କ ବେଆଇନ ମନମୁଖୀ କାର୍ଯ୍ୟ ନେଇ ଚାଷୀଙ୍କ କାର୍ଯ୍ୟାନୁଷ୍ଠାନ ଦାବି

କ୍ରସର ମାଲିକଙ୍କ ବେଆଇନ ମନମୁଖୀ କାର୍ଯ୍ୟ ନେଇ ଚାଷୀଙ୍କ କାର୍ଯ୍ୟାନୁଷ୍ଠାନ ଦାବି

99

ବଲାଙ୍ଗୀର, ୧୫-୦୮, (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲା ଅଧିନସ୍ଥ କଣ୍ଟାବାଞ୍ଜି ଉପଖଣ୍ଡ ର ତୁରେକେଲା ବ୍ଲକ ଅନ୍ତର୍ଗତ ମହଖଣ୍ଡ ଗାଁ ର ନୂଆପଡ଼ା ଜିଲ୍ଲା ଏବଂ ବଲାଙ୍ଗିର ଜିଲ୍ଲା ବୋଡ଼ର୍ ଲାଗି ରହିଥିବା ନୂଆପଡ଼ା ଜିଲ୍ଲା ସିକୁଆ ଗ୍ରାମର ଏକ କ୍ରସର ୧୦ ବର୍ଷ ଧରି ଚଳାଉଛନ୍ତି। ଉକ୍ତ କ୍ରସର୍ ଟି କେତେ ଯେ ସରକାରୀ ମାନ୍ୟତା ପ୍ରାପ୍ତ ତାହା ସରକାରଙ୍କୁ ଜଣା କିନ୍ତୁ କ୍ରସର୍ ଚାଲିବା ଦ୍ଵାରା କ୍ରସର୍ ଚାରିପଟେ ଯେଉଁ ଚାଷ ଜମି ଅଛି ତାହା ବିପର୍ଯ୍ୟସ୍ତ ହୋଇପଡିଛି। ଚାଷୀଭାଇ ମାନଙ୍କ କହିବା ଅନୁସାରେ କ୍ରସର୍ ମାଲିକ ଧମକ ଚମକ ଦେଇ ୧୦ ବର୍ଷ ରୁ ପଥର ଗୁଣ୍ଡ ପକାଇ ୨୫ ରୁ ୩୦ ଏକର ଜମି ଚାଷୀ ମାନଙ୍କ କ୍ଷତି ଘଟାଇ କଳାବେପାର ଚଳାଉଛନ୍ତି।୨୫ ରୁ ୩୦ ଏକର ଜମିରେ ଚାଷ ହେଉନାହିଁ ବୋଲି ଚାଷୀମାନେ ଅଭିଯୋଗ ଆଣିଛନ୍ତି। ଚାଷୀ ମାନଙ୍କ ମଧ୍ୟରୁ କୁଞ୍ଜ ଧରୁଆ ନିଜେ ସରପଞ୍ଚ ଥାଇ ମଧ୍ୟ କ୍ରସର୍ ମାଲିକ ଧମକ ଚମକ ଦେଉଥିବା ର ଅଭିଯୋଗ ଚାଷୀ ଆଣିଛନ୍ତି। ଉକ୍ତ ବିଷୟ କୁ ନେଇ ଗ୍ରାମବାସୀ ତଥା ଚାଷୀଭାଇ ମାନେ ତହସିଲଦାର ମହୋଦୟ ଙ୍କୁ ଲିଖିତ ଅଭିଯୋଗ ଦେଇଥିବା ର ଜଣାଇଥିଲେ। ଆଗାମୀ ଦିନରେ ସରକାର ଉକ୍ତ ବିଷୟ ରେ ତଦନ୍ତ କରି ଚାଷୀ ଙ୍କୁ ନ୍ୟାୟ ମିଳୁ ନଚେତ୍ ଆଗାମୀ ଦିନରେ ଆନ୍ଦୋଳନ କୁ ଓହ୍ଳାଇବେ ବୋଲି କହିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.