Home ଆନ୍ତର୍ଜାତୀୟ କ୍ରମାଗତ ୭ଟି ବଲରେ ୭ଟି ଛକ୍କା : ଟି-୨୦ କ୍ରିକେଟରେ ନୂଆ ରେକର୍ଡ

କ୍ରମାଗତ ୭ଟି ବଲରେ ୭ଟି ଛକ୍କା : ଟି-୨୦ କ୍ରିକେଟରେ ନୂଆ ରେକର୍ଡ

959

ନୂଆ ଦିଲ୍ଲୀ ୧୬-୯ (ଓଡ଼ିଆ ପୁଅ) ବାଙ୍ଗ୍ଲାଦେଶରେ ଖେଳାଯାଉଥିବା ଟି-୨୦ ଟ୍ରାଇ ସିରିଜ୍ ର ଏକ ମ୍ୟାଚରେ ଜିମ୍ବାୱେ ବିରୁଦ୍ଧରେ ଆଫଗାନିସ୍ତାନର ଟିମ ପ୍ରଥମେ ଖେଳି ୨୦ ଓଭରରେ ୫ ୱିକେଟ ହରାଇ ୧୯୭ ରନ ବନାଇଥିଲା। ଏହି ମ୍ୟାଚ୍ ରେ ଆଫଗାନିସ୍ତାନର ବ୍ୟାଟ୍ସମ୍ୟାନ୍ ଜିମ୍ବାୱେର ବୋଲରଙ୍କୁ ବଢ଼ିଆ ପିଟିଥିଲେ ତଥା ଜବରଦସ୍ତ ବ୍ୟାଟିଂ କରିଥିଲେ। ଆଫଗାନିସ୍ତାନ ତରଫରୁ ନଜୀବୁଲ୍ଲାହ ଜାରଦାନ ତାଙ୍କର ତୋଫାନୀ ଇନିଙ୍ଗ୍ସ ଖେଳି ୩୦ଟି ବଲରେ ନଟ୍ ଆଉଟ୍ ରହି ୬୯ ରନ ମାରିଥିଲେ ଏବଂ ନିଜର ଟିମକୁ ଏକ ବଡ଼ ସ୍କୋରରେ ପହଁଚାଇଥିଲେ। ୨୩୦ ର ସ୍ଟ୍ରାଇକ ରେଟରେ ରନ ବନାଇ ନିଜର ଇନିଙ୍ଗ୍ସରେ ୬ଟି ଛକ୍କା ଏବଂ ୫ଟି ଚୌକା ମାରିଥିଲେ।

ଅପରପକ୍ଷରେ, ଆଫଗାନିସ୍ତାନର ଅଲରାଉଣ୍ଡର ମହମ୍ମଦ ନବୀ ମଧ୍ୟ ୧୮ଟି ବଲ୍ ରେ ୩୮ ରନର ଇନିଙ୍ଗ୍ସ ଖେଳିଥିଲେ ଏବଂ ନିଜର ଇନିଙ୍ଗ୍ସରେ ୪ଟି ଛକ୍କା ମାରିଥିଲେ। ଏହି ମ୍ୟାଚ୍ ରେ ଜାରଦାନ ଏବଂ ମହମ୍ମଦ ନବୀ ମିଶିକରି କ୍ରମାଗତଭାବେ ୭ ବଲ୍ ରେ ୭ ଟି ଛକ୍କା ମାରିଥିଲେ। ଏହି ମ୍ୟାଚ୍ ରେ ପ୍ରଥମ ଇନିଙ୍ଗ୍ସର ସପ୍ତମ ଓଭରରେ ତନ୍ଦଇ ଚତାରାଙ୍କର ଓଭରରେ ମହମ୍ମଦ ନବୀ ତୃତୀୟ, ଚତୁର୍ଥ, ପଞ୍ଚମ ଏବଂ ଷଷ୍ଠ ବଲ୍ ରେ କ୍ରମାଗତଭାବେ ଚାରୋଟି ଟୌକା ଲଗାଇଥିଲେ। ତା’ ପରେ ଆସନ୍ତା ଓଭର ଅର୍ଥାତ୍ ୧୮ତମ ଓଭରର ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ବଲ୍ ରେ ଜବରଦସ୍ତ ତିନୋଟି ଛକ୍କା ମାରିଥିଲେ। ଅଥାତ୍ ଏହି ଦୁଇଜଣ ବ୍ୟାଟ୍ସମ୍ୟାନ୍ କ୍ରମାଗତଭାବେ ୭ ଟି ବଲ୍ ରେ ୭ଟି ଛକ୍କା ଲଗାଇଥିଲେ। ଇନିଙ୍ଗ୍ସର ୧୮ତମ ଓଭର ନେବିଲେ ମଦଜିବା ପକାଇଥିଲେ। ଜାରଦାନ ଏବଂ ନବୀଙ୍କର ମଧ୍ୟରେ ଏହି ମ୍ୟାଚ୍ ରେ ୪୧ ବଲ୍ରେ  ୧୦୭ ରନର ଶତକୀୟ ଭାଗିଦାରୀ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.