Home ଜିଲ୍ଲା ପରିକ୍ରମା କୋର୍ଟ ଗଳି ଆଇଡିବିଆଇ ଏଟିଏମ୍‌ର ଦୂରାବସ୍ଥା ସୁଧୁରିବ କେବେ!

କୋର୍ଟ ଗଳି ଆଇଡିବିଆଇ ଏଟିଏମ୍‌ର ଦୂରାବସ୍ଥା ସୁଧୁରିବ କେବେ!

53

ଭଦ୍ରକ, ୧୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ହିତାଧିକାରୀମାନଙ୍କର ଜରୁରୀକାଳୀନ ସମସ୍ୟାର ସମାଧାନ ପାଇଁ ବିଭିନ୍ନ ବ୍ୟାଙ୍କ ପକ୍ଷରୁ ଏଟିଏମ୍ କାର୍ଡ ପ୍ରଚଳନ କରାଯାଇଛି । ଏଥିପାଇଁ ପୌରାଞ୍ଚଳର ବିଭିନ୍ନ ସ୍ଥାନରେ ବହୁ ଏଟିଏମ୍ ଖୋଲାଯାଇଛି । ବିଶେଷକରି ବର୍ତ୍ତମାନର କରୋନା ଜନିତ ମହାମାରୀର କରାଳତା ଯୋଗୁଁ ସରକାରୀ ଦପ୍ତର ଠାରୁ ଆରମ୍ଭ କରି ଜାତୀୟକରଣ ବ୍ୟାଙ୍କ ଓ ବହୁ ଘରୋଇ ପ୍ରତିଷ୍ଠାନ ଗୁଡିକରେ କର୍ମଚାରୀଙ୍କ ସଂଖ୍ୟା ହ୍ରାସ କରାଯାଇ ରୋଟେସନ ଅନୁସାରେ କାର୍ଯ୍ୟ କରାଯାଉଛି । ମୁଖ୍ୟତଃ ବିଭିନ୍ନ ବ୍ୟାଙ୍କ ଗୁଡିକର ଗ୍ରାହକମାନଙ୍କ ସୁବିଧା ପାଇଁ ଏଟିଏମ୍ ପ୍ରଚଳନ ଉପରେ ଗୁରୁତ୍ୱ ଦିଆଯାଉଛି । କାହିଁକି ନା ବ୍ୟାଙ୍କ ଗୁଡିକରେ ଲୋକମାନଙ୍କର ଭିଡ କରୋନା ଜନିତ ସାମାଜିକ ବ୍ୟବଧାନକୁ ରକ୍ଷା କରିବ । କିନ୍ତୁ ସହରର ଗୁରୁତ୍ୱପୂର୍ଣ୍ଣ କଚେରୀ ଗଳିରେ ଆଇଡିବିଆଇ ବ୍ୟାଙ୍କର ଯେଉଁ ଏଟିଏମ୍‌ଟି ଖୋଲାଯାଇଛି, ତାହା କଚେରୀ, ଭଦ୍ରକ ବ୍ଲକ୍ ଓ ପୌରପାଳିକାକୁ ଆସୁଥିବା ହିତାଧିକାରୀଙ୍କ ସମସ୍ୟାର ଦୂରୀକରଣ ପାଇଁ ପ୍ରତିଷ୍ଠା କରାଯାଇଛି । କିନ୍ତୁ ଏହି ଏଟିଏମ୍‌ଟିର ଅବସ୍ଥା ଏଭଳି ବିପର୍ଯ୍ୟସ୍ତ ହୋଇପଡିଛି ଯେ ଗ୍ରାହକମାନେ ଟଙ୍କା ଉଠାଇବାକୁ ଯାଇ ଦ୍ୱନ୍ଦ୍ୱରେ ପଡୁଛନ୍ତି । କାହିଁକି ନା ଏଟିଏମ୍‌ଟିର ସମ୍ମୁଖ ଭାଗ ଖୋଲିଯାଇ ଝୁଲିପଡିବା ଅବସ୍ଥାକୁ ଆସିଗଲାଣି । କିନ୍ତୁ ଏଥିପ୍ରତି ଉକ୍ତ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କର କୌଣସି ନିଘା ନାହିଁ । ଏଣୁ ଏହି ଏଟିଏମ୍‌ଟି ସୁରକ୍ଷା ଓ ମରାମତି ପାଇଁ ବହୁ ଗ୍ରାହକଙ୍କ ପକ୍ଷରୁ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.