Home ଜିଲ୍ଲା ପରିକ୍ରମା କୋରିଗାଁରେ ଦୋକାନ ପୋଡି ଅଭିଯୋଗ

କୋରିଗାଁରେ ଦୋକାନ ପୋଡି ଅଭିଯୋଗ

50

ଭଦ୍ରକ, ୨୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ କୋରିଗାଁ ପଞ୍ଚାୟତ ନିକଟ ମାର୍କେଟ କମ୍ଲେକ୍ସ ଦୋକାନ ଘରକୁ ଗତ ବୁଧବାର ରାତ୍ରରେ ଦୁବୁର୍ତ୍ତମାନେ ପୋଡି ଦେଇଥବା ଅଭିଯୋଗ ହୋଇଛି । ଅଭିଯୋଗ ମୁତାବକ କୋରିଗାଁ ଗ୍ରାମର ହୃଷିକେଶ ପଲାଇ ପଞ୍ଚାୟତ ଅଫିସ ସଂଲଗ୍ନ ମାର୍କେଟ କମ୍ଲେକ୍ସରୁ ଗୋଟିଏ କୋଠରୀ ଭଡା ନେଇ ଚାହା, ଜଳଖିଆ, ପାନ, ତେଜରାତି ଆଦି ବ୍ୟବସାୟ ଚଳାଉଥିଲେ । ବୁଧବାର ରାତ୍ର ୧୦ଟାରେ ଦୋକାନ ସଟର ବନ୍ଦ କରି ଘରକୁ ଯାଇଥିଲେ । ଗୁରୁବାର ସକାଳ ପ୍ରାୟ ୫.୩୦ମି. ସମୟରେ ଦୋକାନ ଖୋଲିବାକୁ ଆସି ପୋଡି ଯାଇଥିବା ଦେଖିଥିଲେ । ଦୋକାନ ଘର ସଟର ତଳେ ଏକ ଦରପୋଡା କପଡା ଗୁଳା ଥିବା ଦେଖି ସନ୍ଦେହ ହୋଇଥିଲା । ସଟର ଖୋଲି ଦୋକାନ ଭିତରେ ତେଜରାତି ସଉଦା, ବିସ୍କୁଟ, ସାବୁନ ଆଦି ସମସ୍ତ ବ୍ୟବସାୟ ସାମଗ୍ରୀ ଜଳିଯାଇଥିବା ଦେଖିଥିଲେ । କୌଣସି ଦୁର୍ବୁର୍ତ୍ତ ପେଟ୍ରୋଲ ପକାଇ ଦୋକାନକୁ ଜାଳିଦେଇଥିବା ଅଭିଯୋଗ ଥାନାରେ କରିଥିଲେ । ପୁଲିସ ଘଟଣାସ୍ଥଳ ଅନୁଧ୍ୟାନ କରିଥିବା ଜଣାଯାଇଛି । ମାତ୍ର ରିପୋର୍ଟ ପ୍ରସ୍ତୁତ ହେବା ପର୍ଯ୍ୟନ୍ତ ମାମଲା ଋଜୁ ହୋଇନାହିଁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.