Home ଓଡ଼ିଶା କୋରାପୁଟ ହସପିଟାଲ କ୍ୟାନେସର ଅନ୍ତଃବିଭାଗରୁ ନାବାଳିକା ନିଖୋଜ

କୋରାପୁଟ ହସପିଟାଲ କ୍ୟାନେସର ଅନ୍ତଃବିଭାଗରୁ ନାବାଳିକା ନିଖୋଜ

351

କୋରାପୁଟ ୧୧/୦୯ (ଓଡିଆ ପୁଅ /ରଂଜନ କୁମାର ଦାସ)କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲର କ୍ୟାନେସର ଅନ୍ତଃବିଭାଗରୁ ଏକ ନାବାଳିକା ନିଖୋଜ ହୋଇଯାଇଥିବା ପିତା ଯୋଗେନ୍ଦ୍ର ଟାକ୍ରୀ କୋରାପୁଟ ଟାଉନଥାନାରେ ଏକ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି।ନାବାଳିକାର ଅଜା ସୁବାସ ଖରା ଗତକାଲି କୋରାପୁଟ ହସପିଟାଲରେ ଭର୍ତି ହୋଇଥିଲେ।ଆଜି ଯୋଗେନ୍ଦ୍ରର ନାବାଳିକା ଝିଅ ଓ ପରିବାରର ଆଉ ୨ ଜଣ ଶିଶୁ କୋରାପୁଟ ହସପିଟାଲକୁ ଅଜାଙ୍କ ପାଖକୁ ଆସିଥିଲେ।ଜଣେ ବ୍ୟକ୍ତି ଉକ୍ତ ଓାର୍ଡକୁ ଆସି ମୋବାଇଲ ଚାର୍ଜ କରିବା ସହ ବେହେରା ସାର ମେଡିସିନ ଲେଖିଛନ୍ତି ଚାଲ ନେଇକରି ଆସିବା ବୋଲି ନାବାଳିକାକୁ କହିଥିବା ସୁବାସର ପତ୍ନୀ ମଙ୍ଗଳଦେଈ ଖରା ପ୍ରକାଶ କରିଛନ୍ତି।ଏହା ଯୋଗେନ୍ଦ୍ର ଜାଣିବା ପରେ ହସପିଟାଲ ଆସି ଖୋଜାଖୋଜି କରିଥିଲେ କିନ୍ତୁ ନାବାଳିକା ଝିଅ ନ ମିଳିବାରୁ କୋରାପୁଟ ଟାଉନଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.