Home ଓଡ଼ିଶା କୋରାପୁଟ ଜିଲାରେ ୬ଟା ସୁଦ୍ଧା ୬୦ % ମତଦାନ ; ସ୍ଥାନୀୟ ସମସ୍ୟାକୁ ନେଇ ବିଭିନ୍ନ...

କୋରାପୁଟ ଜିଲାରେ ୬ଟା ସୁଦ୍ଧା ୬୦ % ମତଦାନ ; ସ୍ଥାନୀୟ ସମସ୍ୟାକୁ ନେଇ ବିଭିନ୍ନ ସ୍ଥାନରେ ଭୋଟ ବର୍ଜନ

419

କୋରାପୁଟ ୧୧-୦୪-୧୯(ଓଡିଆ ପୁଅ /ରଂଜନ କୁମାର ଦାସ) କୋରାପୁଟ ଲୋକ ସଭା ଆସନ ସମେତ ଜିଲାର ପଟ୍ଟାଙ୍ଗୀ, କୋରାପୁଟ, ଲକ୍ଷ୍ମୀପୁର, ଜୟପୁର ଏବଂ କୋଟପାଡ ବିଧାନସଭା ଆସନ ପାଇଁ ମୋଟାମୋଟି ଭାବେ ଶାନ୍ତି ଶୃଙ୍ଖଳାର ସହ ଭୋଟ ଗ୍ରହଣ ଚାଲିଥିବାବେଲେ ସଂଧ୍ୟା ୬ଟା ସୁଦ୍ଧା ୬୦ ପ୍ରତିଶତ ମତଦାନ ହୋଇଥିବା ଜଣା ପଡିଛି।ସମ୍ବାଦ ଲେଖାହେଲାବେଳକୁ ଜିଲ୍ଲାର କେତୋଟି ସ୍ଥାନରେ ମତଦାନ ଚାଲିଥିବା ଜଣାପଡିଛି। ତେବେ ବିଭିନ୍ନ ସ୍ଥାନରେ ଇଭିଏମ ଅଚଳ ହେବାରୁ କେଉଁଠି ବିଳମ୍ବରେ ଭୋଟ ଗ୍ରହଣ ଆରମ୍ଭ ହୋଇଥିଲାତ ଆଉ କେଉଁଠି ମତଦାନ ଆରମ୍ଭ କରିବାର କିଛି ସମୟ ପରେ ଇଭିଏମ୍ କାମ ନକରିବାରୁ ଭୋଟଦାନରେ ବ୍ୟାଘାତ ସୃଷ୍ଟି ହୋଇଥିଲା। ଫଳରେ ମତଦାତା ବିରକ୍ତି ପ୍ରକାଶ କରିବା ସହ ଅସନ୍ତୋଷ ଜାହିର କରିଥିବା ଦେଖିବାକୁ ମିଳିଥିଲା। ମତଦାନ ଆରମ୍ଭ ହେବାର ମାତ୍ର କିଛି ସମୟ ମଧ୍ୟରେ କୋରାପୁଟ ବିଧାନସଭା କ୍ଷେତ୍ରର ପୂଜାରୀପୁଟ, କୋରାପୁଟ ସରକାରୀ ହାଇସ୍କୁଲ, ଜେଇଏଲସି, ନିଘାମାନିଗୁଡା, ପଟ୍ଟାଙ୍ଗି ନିର୍ବାଚନ ମଣ୍ଡଳୀର ବିଲାପୁଟ ସମେତ ଜିଲାର ଶତାଧିକ କେନ୍ଦ୍ରରେ ଇଭିଏମ ସମସ୍ୟା ଯୋଗୁଁ ମତଦାନରେ ବ୍ୟାଘାତ ସୃଷ୍ଟି ହୋଇଛି। କୋରାପୁଟ ଜିଲାର ମାଓ ଉପଦୃତ ନାରାୟଣପାଟଣା, ବନ୍ଧୁଗାଁ, ଲକ୍ଷ୍ମୀପୁର, ଲମତାପୁଟ, ପଟ୍ଟଙ୍ଗ, ବୈପାରୀଗୁଡା, ନନ୍ଦପୁର ବ୍ଲକରେ ମାଓବାଦୀଙ୍କ କୌଣସି ଚାପ କିମ୍ବା ଧମକରେ ପ୍ରଭାବିତ ନହୋଇ ସ୍ୱାଭାବିକ ଭାବେ ଭୋଟ ଦେଇଥିବା ଜଣାପଡିଛି। ତେବେ ପ୍ରବଳ ଖରା ହେଉଥିବାରୁ ଆଜି ସକାଳୁ ଲୋକେ ଭୋଟ ଦେବାକୁ ବୁଥରେ ପହଂଚି ଲାଇନରେ ରହିଥିବା ଦେଖିବାକୁ ମିଳିଥିଲା।ସହରାଂଚଳ ଅପେକ୍ଷା ଗ୍ରାମାଂଚଳ ଭୋଟର ସକାଳୁ ମତଦାନ କେନ୍ଦ୍ରରେ ପହଂଚି ଯାଇଥିଲେ। ଏପିକି ଗ୍ରାମାଂଚଳର ଅନେକ ବୃଦ୍ଧ ବୃଦ୍ଧା ବୁଥକୁ ଆସି ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଥିଲେ। କୋରାପୁଟ ଲୋକସଭାର ବିଜେପି ପ୍ରାର୍ଥୀ ଜୟରାମ ପାଙ୍ଗି କୁନ୍ଦୁଲି ନିକଟ ମାଳିପୁଟ କେନ୍ଦ୍ରରେ ମଚଦାନ କରିଥିବାବେଳେ ବିଜେଡି ପ୍ରାର୍ଥିନୀ କୌଶଲ୍ୟା ହିକକା ଓ ସାଂସଦ ଝିନ୍ନ ହିକକା ଲକ୍ଷ୍ମୀପୁରର ଡୁରୁପଦରରେ ମତଦାନ କରିଥିଲେ। ସେହିପରି କଂଗ୍ରେସର କୋରାପୁଟ ବିଧାୟକ ପ୍ରାର୍ଥୀ କୃଷ୍ମ କୁଳଦୀପ, ପଟ୍ଟାଙ୍ଗି ପ୍ରାର୍ଥୀ ରାମ ଚନ୍ଦ୍ର କାଡାମ, ବିଜେଡିର ପ୍ରୀତମ ପାଢି ନିଜ ଗାଁରେ ମତଦାନ କରିଥିବା ଜଣା ପଡିଛି। ତେବେ ଜିଲାର କେତେକ ଅଂଚଳରେ ସ୍ଥାନୀୟ ସମସ୍ୟାକୁ ନେଇ ଲୋକେ ଭୋଟ ବର୍ଜନ କରିଥିବା ଦେଖିବାକୁ ମିଳିଛି। ରାସ୍ତା ଓ ଅନ୍ୟାନ୍ୟ ମୌଳିକ ସମସ୍ୟାର ସମାଧାନ କରା ଯାଉନଥିବା ପ୍ରତିବାଦ କରି ସଦର ବ୍ଲକର ଜେରଟି, ନାରାୟଣପାଟଣା ବ୍ଲକର କିତୁଡି, ଲକ୍ଷ୍ମୀପୁର ବ୍ଲକର କିଲାର, ସାନ କିଲାର, କୋଲିଆଝୋଡି, ବଡ କିଲାର, କୋରାପୁଟ ପୌର ପରିଷଦର ମସିପୁଟ, କୋଲାବ୍, ଥାଟଗୁଡା ଗ୍ରାମବାସୀ ଭୋଟ ବର୍ଜନ କରିଛନ୍ତି। ବିଏସପି ନେତା କୃଷ୍ନ ସଗରିଆ କିଲାରବାସୀଙ୍କୁ ପ୍ରତିଶୃତି ଦେବା ପରେ ଗ୍ରାମବାସୀ ଭୋଟ ଦେବାକୁ ସମ୍ମତ ପ୍ରକାଶ କରିଥିବାବେଳେ ଅତିରିକ୍ତ ଜିଲାପାଳ ଦେବେନ କୁମାର ପ୍ରଧାନ ନିର୍ବାଚନ ଆଚରମ ବିଧି ଉଠିବା ପରେ ରାସ୍ତା କାମ ଆରମ୍ଭ କରିବାକୁ କିତୁଡି ଗ୍ରାମବାସୀଙ୍କୁ ପ୍ରତିଶୃତି ଦେବା ପରେ ଗ୍ରାମବାସୀ ମତଦାନ କରିବାକୁ ଯାଇଥିବା ଜମା ପଡିଛି। କୋରାପୁଟ ଜିଲ୍ଲାର ବିଭିନ୍ନ ବୁଥରେ ଦିବ୍ୟାଙ୍ଗ ଭୋଟର ମାନେ ମତଦାନ କରିଥିଲେ ବୋଲି ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.