Home କୋରାପୁଟ କୋରାପୁଟ ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ କ୍ୟାନସର ପରାମର୍ଶ ଶିବିର

କୋରାପୁଟ ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ କ୍ୟାନସର ପରାମର୍ଶ ଶିବିର

96

କୋରାପୁଟ ; ତା୨୯-୧୦-୧୮(ଓଡିଆ ପୁଅ /ରଂଜନ କୁମାର ଦାସ) କୋରାପୁଟ ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ କ୍ୟାନସର ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି।ମୁମ୍ବାଇର ବରିଷ୍ଠ କ୍ୟାନେସର ରୋଗ ବିଶେଷଜ୍ଞ ଡାକ୍ତର ଦିନେଶ ପେନ୍ଧାରକର ଯୋଗଦେଇ ୭୯ ଜଣ ରୋଗୀଙ୍କୁ ପରାମର୍ଶ ଦେଇଥିଲେ।କୋଟପାଡ ବ୍ଲକର ଗିର୍ଲା ପଂଚାୟତ ଅନ୍ତର୍ଗତ ଧନପୁର ଗ୍ରାମର କମଲଲୋଚନ ପୂଜାରୀଙ୍କ ୧୦ ବର୍ଷର ପୁତ୍ର ଦେବେନ୍ଦ୍ର ପୂଜାରୀର ବାମ ଅଖିରେ ମାଂସ ପିଣ୍ଡୁଲା ବୃଦ୍ଧି ପାଇଥିବା କାରଣରୁ ସହକାରୀ ଜିଲ୍ଲାପାଳ ଆଲୋକ କୁମାର ଅନୁଗୁଲିଆ ଓ ସମାଜସେବୀ କାମାକ୍ଷା ପ୍ରସାଦ ମାଝି ପରାମର୍ଶ ଶିବିରକୁ ଆଣିଥିଲେ।କଟକସ୍ଥିତ ଆଚାର୍ଯ୍ୟ ହରିହର ଅନୁଷ୍ଠାନକୁ ତୁରନ୍ତ ନେବାକୁ ଡାକ୍ତର ପେନ୍ଧାରକର ପରାମର୍ଶ ଦେଇଥିଲେ।ଏହି ଶିବିରରେ ଡାକ୍ତର ଏସ.ମିଶ୍ର,  ଡାକ୍ତର ନିରଞନ ଦାସ ଯୋଗ ଦେଇଥିଲେ।ଡାକ୍ତର ଏ.କେ.ପୁଷ୍ଟି ଯୋଗଦେଇ ପରିଚାଳନା କରିଥିବା ବେଳେ ସତୀଶ ତ୍ରୀପାଠୀ, ଶ୍ୟାମସୁନ୍ଦର ବିଶ୍ୱାଲ, ଚିନ୍ମୟ ବେହେରା, ଲଲାଟେନ୍ଦୁ ମିଶ୍ର,  ଜୋସେପ ଚେଟ୍ଟି, ସରୋଜ ପାଣିଗ୍ରାହୀ,  ଏନ.ସ୍ମିତାରେଖା ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.