କୋରାପୁଟ ୦୧-୦୭(ଓଡିଆ ପୁଅ /ରଂଜନ ଦାସ) ୭୨ ତମ ବନ ମହୋତ୍ସବ ଉପଲକ୍ଷେ କୋରାପୁଟ ସହରର ଯୁବକମାନେ ଚାରା ରୋପଣ କରିଥିବା ଜଣାପଡିଛି ।କୋରାପୁଟ ସହରର ଯୁବ ସ୍ୱେଛାସେବୀ ଲଲାଟ ରଂଜନ ସେଠୀଙ୍କ ପରିଚାଳନାରେ ସହରର ଅନେକ ଯୁବକ ଶୋଭା ଅଫିସ ନିକଟରେ ଥିବା ଏକ ପାହାଡରେ ଚାରା ରୋପଣ କରିଥିଲେ ।ଜାମୁକୋଳି , ପଣସ , ଚଂପା ଓ ଅନ୍ୟାନ୍ୟ ଚାରା ରୋପଣ କରାଯାଇଥିଲା ବୋଲି ଶ୍ରୀ ସେଠୀ ସୂଚନା ଦେଇଛନ୍ତି ।ଆସନ୍ତାଦିନରେ କୋରାପୁଟ ସହରରେ ଖାଲିଥିବା ସ୍ଥାନରେ ଚାରା ରୋପଣ କରାଯିବ ଓ ପରିବେଶକୁ ସଫା ସୁତୁରା ରଖାଯିବ ବୋଲି ସେ ପ୍ରକାଶ କରିଛନ୍ତି ।







