Home କୋରାପୁଟ କୋରାପୁଟ ବନଖଣ୍ଡ ତରଫରୁ ସପ୍ତାହବ୍ୟାପି ମାଗଣା ଚାରା ବିତରଣ ଶିବିର ଉଦଘାଟିତ

କୋରାପୁଟ ବନଖଣ୍ଡ ତରଫରୁ ସପ୍ତାହବ୍ୟାପି ମାଗଣା ଚାରା ବିତରଣ ଶିବିର ଉଦଘାଟିତ

31

କୋରାପୁଟ ୦୧-୦୭(ଓଡିଆ ପୁଅ /ରଂଜନ ଦାସ) ୭୨ ତମ ବନ ମହୋତ୍ସବ ଉପଲକ୍ଷେ କୋରାପୁଟ ବନଖଣ୍ଡ ତରଫରୁ ସପ୍ତାହବ୍ୟାପି ମାଗଣା ଚାରା ବିତରଣ ଉତ୍ସବ ଟ୍ରାଫିକଛକ ନିକଟରେ ଉଦଘାଟିତ ହୋଇଯାଇଛି ।କୋରାପୁଟ ବନଖଣ୍ଡ ଅଧିକାରୀ ରିଙ୍କୁ କୁମାରୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦଘାଟନ ସହ ପତାକା ଦେଖାଇ ସବୁଜ ରଥର ଶୁଭାରମ୍ଭ କରିଥିଲେ ।ଉପସ୍ଥିତ ବନ କର୍ମଚାରମାନଙ୍କୁ କୋରାପୁଟ ବନଖଣ୍ଡ ଅଧିକାରୀ ରିଙ୍କୁ କୁମାରୀ ଶପଥ ପାଠ କରାଇଥିଲେ ।କୋରାପୁଟ ଜିଲ୍ଲାରେ ସବୁଜବଳୟ ସୃଷ୍ଟି କରିବା ନିମନ୍ତେ  ଲୋକମାନଙ୍କୁ ସପ୍ତାହବ୍ୟାପି ସଚେତନତା କରାଯିବ ବୋଲି ସେ ପ୍ରକାଶ କରିଛନ୍ତି ।ଲୋକମାନେ ଘର ମଧ୍ୟରେ ଓ ଅଫିସ ମଧ୍ୟରେ  କର୍ମଚରୀମାନେ ଚାରା ରୋପଣ କରିବାକୁ ସେ ପରାମର୍ଶ ଦେଇଥିଲେ ।କୋରାପୁଟ ବନାଞଳରୁ ଆସିଥିବା ଲୋକମାନଙ୍କୁ ସେ ଚାରା ବଂଟନ କରିଥିଲେ ।କୋରାପୁଟ ବନାଞଳ ଅଧିକାରୀ ରୋହିତ କୁମାର ଯୋଗ ଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.