Home କୋରାପୁଟ କୋରାପୁଟ ସରକାରୀ କଲେଜ ଇତିହାସ ବିଭାଗ ତରଫରୁ ଆତ୍ମପରିଚୟ ଶୀର୍ଷକ ଅନଲାଇନ ଆଲୋଚନା ଚକ୍ର

କୋରାପୁଟ ସରକାରୀ କଲେଜ ଇତିହାସ ବିଭାଗ ତରଫରୁ ଆତ୍ମପରିଚୟ ଶୀର୍ଷକ ଅନଲାଇନ ଆଲୋଚନା ଚକ୍ର

54

କୋରାପୁଟ ୧୫-୦୫(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ସରକାରୀ କଲେଜ ଇତିହାସ ବିଭାଗ ତରଫରୁ ଆତ୍ମପରିଚୟ ଶୀର୍ଷକ ଏକ ଅନଲାଇନ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ।କୋରାପୁଟ ସରକାରୀ କଲେଜ ଇତିହାସ ବିଭାଗ ମୁଖ୍ୟ ତଥା ଏନଏବି ଓଡିଶା ଶାଖାର ଅବୈତନିକ ଇନକ୍ଲୁସିଭ ଶିକ୍ଷା ନିର୍ଦ୍ଦେଶକ ପ୍ରଫେସର କାମାକ୍ଷୀ ପ୍ରସାଦ ଦାଶଙ୍କ ଅଧ୍ୟକ୍ଷତାରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । କରୋନା ପରିସ୍ଥିତିରେ ଛାତ୍ରଛାତ୍ରୀମାନଙ୍କର ମାନସିକ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ଆତ୍ମିକ ଜ୍ଞାନ,ଆଧ୍ୟାତ୍ମିକ ବଳ ଓ ଆତ୍ମ ସମୀକ୍ଷା ପ୍ରଭୃତି ଉପରେ ପ୍ରଫେସର ଦାଶ ଗୁରୁତ୍ୱ ପ୍ରଦାନ କରିଥିଲେ ।ଛାତ୍ରଛାତ୍ରୀମାନଙ୍କୁ  ନିରବତତ୍ୱର ଗୁରୁତ୍ୱ ସଂପର୍କରେ କୋରାପୁଟ ବ୍ରହ୍ମକୁମାରୀ ଆଶ୍ରମର ଶାଖା ପରିଚାଳିକା ବି.କେ.ସୂର୍ଣ୍ଣ ଆଲୋକପାତ କରିଥିଲେ ।କଲେଜର ଇତିହାସ ବିଭାଗ ତରଫରୁ ସିମ୍ରନ ନାୟକ ଓସବିତା ଖଜୁରିପୁଟିଆ ବିଭାଗୀୟ ମୁଖ୍ୟଙ୍କ ଦ୍ୱାରା ପ୍ରସ୍ତୁତ ତଥା ପ୍ରକାଶିତ ଆତ୍ମପରିଚୟ ସନ୍ଦର୍ଭକୁ ଯଥାକ୍ରମେ ଇଂରାଜୀ ଓ ହିନ୍ଦିରେ ପାଠ କରିଥିଲେ ।ତା ପରେ ଛାତ୍ରଛାତ୍ରୀମାନେ ପ୍ରଶ୍ନୋତର କାର୍ଯ୍ୟକ୍ରମରେ ଭାଗନେଇ ଆତ୍ମିକ ଜ୍ଞାନ ଓ ସ୍ଥିରତା ସଂପର୍କରେ ଆଲୋଚନା କରିଥିଲେ ।ଶେଷରେ ଇତିହାସ ବିଭାଗର ଅତିଥି ଅଧ୍ୟାପିକା ମିନତି ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.