Home କୋରାପୁଟ କରୋନାର କରୁଣ ଦୃଶ୍ୟ ,ପେଟର ଦାଉକୁ ସହି ନ ପାରି ଜଣେ ଅସହାୟ ବ୍ୟକ୍ତି ଫୋପଡାଯାଇଥିବା...

କରୋନାର କରୁଣ ଦୃଶ୍ୟ ,ପେଟର ଦାଉକୁ ସହି ନ ପାରି ଜଣେ ଅସହାୟ ବ୍ୟକ୍ତି ଫୋପଡାଯାଇଥିବା ଖାଦ୍ୟକୁ ଖାଉଛି

111

କୋରାପୁଟ ୧୫-୦୫(ଓଡିଆ ପୁଅ /ରଂଜନ ଦାସ)ରାଜ୍ୟରେ କରୋନା ସଂକ୍ରମଣ ରୋକିବା ନିମନ୍ତେ ଲକଡାଉନ ଓ ସଟଡାଉନ ପାଳନ କରାଯାଉଛି ।ଏହାକୁ ପାଳନ କରି ବ୍ୟବସାୟୀମାନେ ଦୋକାନ ବନ୍ଦ କରୁଛନ୍ତି ।ଏହାଦ୍ୱାରା ଅନେକ ଜୀବନଜୀବିକା ହରେଇଲେଣି । ଏହି ସମୟରେ କୋରାପୁଟ ସଦର ମହକୁମାରେ କରୋନାର କରୁଣ ଦୃଶ୍ୟ ଦେଖିବାକୁ ମିଳିଛି । କୋରାପୁଟ ସତ୍ୟସାଇବାବା ମନ୍ଦିର ସମ୍ମୁଖରେ ଆଜି ସକାଳେ ଜଣେ ଅସହାୟ ବ୍ୟକ୍ତି ଫୋପାଡାଯାଇଥିବା ଖାଦ୍ୟକୁ ଖାଉଥିବା ଦେଖାଯାଇଥିଲା ।ପଡିଥିବା ଖାଦ୍ୟରୁ ବାଛି ବାଛି କିଛି ଖାଦ୍ୟ ଖାଉଥିବା ନଜର କରାଯାଇଥିଲା । ସେ ବା କଣ କରିବ ପେଟର କ୍ଷୁଧାକୁ କିପରି ପୂରଣ କରିବ ।ନିଜର ପେଟର ଦାଉକୁ ସହି ନ ପାରି ସେ ଫୋପାଡାଯାଇଥିବା  ଖାଦ୍ୟ ଖାଇବାକୁ ବାଧ୍ୟ ବୋଲି ସହରରେ ଆଲୋଚ୍ୟର ବିଷୟ ହୋଇପଡିଛି ।ଗତବର୍ଷ କରୋନାର ପ୍ରଥମ ଲହରୀରେ ଜିଲ୍ଲାର ଅସହାୟ ବ୍ୟକ୍ତିମାନଙ୍କୁ  ଜିଲ୍ଲା ପ୍ରଶାସନ ତରଫରୁ ଖାଦ୍ୟ ଦିଆଯାଉଥିଲା ।କିନ୍ତୁ ଚଳିତ ବର୍ଷ କୋରାପୁଟ ସହରରେ ତାହା କରାଯାଉ ନ ଥିବାରୁ ସାଧାରଣରେ ଉଦବେଗ ପ୍ରକାଶ ପାଇଛି ।ଜିଲ୍ଲା ପ୍ରଶାସନ କୋରାପୁଟ ସହରରେ କେତେଜଣ ଅସହାୟ ବ୍ୟକ୍ତି ରହିଛନ୍ତି ତାହା ଚିହ୍ନଟ କରି ଏହି କଷ୍ଟ ସମୟରେ ସେମାନଙ୍କୁ ଖାଦ୍ୟ ପ୍ରଦାନ କରିବାକୁ ସାଧାରଣରେ ଦାବି ହେଉଛି ।ଅସହାୟ ଓ ମାନସିକ  ଅନଗ୍ରସର ବ୍ୟକ୍ତିମାନଙ୍କ ଥାଇଥାନ କରିବାକୁ ଜିଲ୍ଲା ପ୍ରଶାସନକୁ  ଏକ ପ୍ରସ୍ତାବ ଦିଆଯାଇଥିବା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସିମାଞଳ ମହାପାତ୍ର ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.