Home କୋରାପୁଟ କୋରାପୁଟ ବ୍ଲକରେ ନୂତନ ପେନସନ ହିତାଧିକାରୀଙ୍କୁ ଭତା ପ୍ରଦାନ

କୋରାପୁଟ ବ୍ଲକରେ ନୂତନ ପେନସନ ହିତାଧିକାରୀଙ୍କୁ ଭତା ପ୍ରଦାନ

26

କୋରାପୁଟ ୨୧-୦୧(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ବ୍ଲକରେ ନୂତନ ପେନସନ ହିତାଧିକାରୀଙ୍କୁ ଭତା ପ୍ରଦାନ କରାଯାଇଥିବା ଜଣାପଡିଛି ।ବ୍ଲକ ଅଧ୍ୟକ୍ଷା ନମିତା ମାଝି ମୁଖ୍ୟ ଅତିଥିଭାବେ ଯୋଗଦେଇ ଭତା ପ୍ରଦାନ କରିଥିଲେ ।ଦିବ୍ୟାଙ୍ଗ ୩୨ ଜଣ ରହିଥିବା ବେଳେ ସ୍ୱାମୀ ପରିତ୍ୟକ୍ତା ୧୨ ,କିନ୍ନର ୫ ,ବାର୍ଦ୍ଧକ୍ୟ ୧୪ , ଅବିବାହିତା ୧୭ ଓ ବିଧବା ୭୫ ଜଣ  ସମୁଦାୟ ୧୫୫ ଜଣ ନୂତନ ପେନସନ ହିତାଧିକାରୀ ଅନୁମୋଦିତ ହୋଇଥିବା ବେଳେ ଆଜି ୧୦୬ ଜଣ ହିତାଧିକାରୀଙ୍କୁ ଭତା ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସୈାଦାମିନୀ ପ୍ରଧାନ ଯେଗାଦେଇ ପରିଚାଳନା କରିଥିବା ବେଳେ ଉପାଧ୍ୟକ୍ଷ ମୁରଲୀ ଖରା , ଜିଲ୍ଲାପରିଷଦ ସଦସ୍ୟା ପାର୍ବତୀ ମସ୍ତି ଓ ପୂର୍ଣ୍ଣିମା ଜାନି ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.