Home କୋରାପୁଟ ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟନିର୍ବାହୀ ଏମବିଏ ପାଠ୍ୟକ୍ରମର ଶୁଭାରମ୍ଭ

ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟନିର୍ବାହୀ ଏମବିଏ ପାଠ୍ୟକ୍ରମର ଶୁଭାରମ୍ଭ

17

କୋରାପୁଟ ୨୧-୦୧(ଓଡିଆ ପୁଅ /ରଂଜନ ଦାସ)ବିଭିନ୍ନ ଅନୁଷ୍ଠାନର ପ୍ରବନ୍ଧନ ବିଭାଗରେ କାର୍ଯ୍ୟ କରୁଥିବା କାର୍ଯ୍ୟନିର୍ବାହୀମାନଙ୍କ ପାଇଁ ବହୁ ପ୍ରତିକ୍ଷୀତ କାର୍ଯ୍ୟନିର୍ବାହୀ ଏମବିଏ କାର୍ଯ୍ୟକ୍ରମ  ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଭର୍ଚୁଆଲ ମୋଡରେ ଶୁଭାରମ୍ଭ ହୋଇଯାଇଛି ।ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଆଇ.ରାମବ୍ରହ୍ମମ ସଭାପତିତ୍ୱରେ ସମ୍ବଲପୁରସ୍ଥିତ ଆଇଆଇଏମର ନିର୍ଦ୍ଦେଶକ  ପ୍ରଫେସର ଏମ.ଜଏସ୍ୱାଲ ମୁଖ୍ୟ ଅତିଥି ଓ ହାଇଦ୍ରାବାଦସ୍ଥିତ ଆଇଆଇପିର ପୂର୍ବତନ ନିର୍ଦ୍ଦେଶକ ତଥା ରାମ କୁମାର ମିଶ୍ର  ମୁଖ୍ୟବକ୍ତାଭାବେ ଯୋଗଦେଇ ଶୁଭାରମ୍ଭ କରିଥିଲେ ।ବିଶ୍ୱବିଦ୍ୟାଳୟ ଓ ଶିଳ୍ପାନୁଷ୍ଠାନମାନଙ୍କ ମଧ୍ୟରେ ଉତମ ସଂପର୍କ ସ୍ତାପନ କରିବ ବୋଲି କୁଳପତି ପ୍ରଫେସର ରାମବ୍ରହ୍ମମ ପ୍ରକାଶ କରିଥିଲେ ।ଏହି କାର୍ଯ୍ୟକ୍ରମ କାର୍ଯ୍ୟନିର୍ବାହୀମାନଙ୍କ ପରିଚାଳନା ଦକ୍ଷତା ବୃଦ୍ଧି କରିବ ଯାହା କି ବିଭିନ୍ନ ଅନୁଷ୍ଠାନର ଉପାର୍ଜନା କ୍ଷମତା ବୃଦ୍ଧି ଜାତୀୟ ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହେବ ବୋଲି ପ୍ରଫେସର ଜଏସ୍ୱାଲ ମତବ୍ୟକ୍ତ କରିଥିଲେ ।ଏହି ପାଠ୍ୟକ୍ରମ ଅନୁଷ୍ଠାନଗୁଡିକର ଆଶା ଓ ଆକାଂକ୍ଷା ପୂର୍ଣ୍ଣ କରିବ ବୋଲି ପ୍ରଫେସର ମିଶ୍ର ପ୍ରକାଶ କରିଛନ୍ତି ।ବିଶ୍ୱବିଦ୍ୟାଳୟର ପ୍ରୋ କୁଳପତି ପ୍ରଫେସର କ୍ଷୀତି ଭୁଷଣ ଦାସ  ସ୍ୱାଗତ ଭାଷଣ ଦେଇଥିବା ବେଳେ  ହାଲର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଜେ.ଏମ.ସାହୁ , ଜିଏମ ଆଶୁତୋଷ ମଲ୍ଲିକ ,ଜିଏମ(ଏଚଆର)ଏ.ବି.ପ୍ରଧାନ  ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ମାଧ୍ୟମରେ ଦିଆଯାଇଥିବା ପାଠ୍ୟକ୍ରମକୁ ଉତମରୂପେ  ଅଧ୍ୟୟନ କରିବାକୁ ପରାମର୍ସ ଦେଇଥିଲେ ।ନାଲକୋ , ଦାମନଯୋଡିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆର.ଏସ.ଦାସ  କାର୍ଯ୍ୟକ୍ରମରେ ନୂଆକରି ପ୍ରବେଶ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଶୁଭେଛା ଜଣେଇଥିଲେ ।କୁଳସଚିବ ପ୍ରଫେସର ଅସିତ କୁମାର ଦାସ ,ପ୍ରଫେସର ଶରତ କୁମାର ପଳିତା ,ପରୀକ୍ଷା ନିୟନ୍ତ୍ରକ ଡ.ଜୟନ୍ତ କୁମାର ନାୟକ ,ଲୋକ ସଂପର୍କ ଅଧିକାରୀ ଡ.ଫଗୁନାଥ ଭୋଇ ଓ ଅନ୍ୟାନ୍ୟ ଅଧ୍ୟାପକ ଓ ଅଧ୍ୟାପିକାମାନେ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.