କୋରାପୁଟ ୧୪-୦୯(ଓଡିଆ ପୁଅ /ରଂଜନ ଦାସ) ଏସିଏମ କ୍ୟାଡର ମାଓବାଦୀ ସୋନାଲ ମାଡଭି ଓରଫ କିରଣ ମଙ୍ଗଳବାର କୋରାପୁଟ ଜିଲ୍ଲା ପୋଲିସ ନିକଟରେ ଆତ୍ମସମର୍ପଣ କରିଛି । ଦକ୍ଷିଣ-ପଶ୍ଚିମାଂଚଳ ରେଂଜ ଡିଆଇଜି ରାଜେଶ ପଣ୍ଡିତଏକ ସାମ୍ବ।।ଦିକ ସମ୍ମିଳନୀରେ ଏହା ପ୍ରକାଶ କରିଛନ୍ତି । ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଏସପି ବରୁଣ ଗୁଣ୍ଠୁପାଲ୍ଲି ଓ ବିଏସଫ ଦୁର୍ଗପତି ଏସ.ଏସ.ପାନଓାରଙ୍କ ଉପସ୍ଥିତିରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡିଆଇଜି କିରଣ ଆତ୍ମସମର୍ପଣ ସମ୍ପର୍କରେ ସୂଚନା ଦେଇଛନ୍ତି । କିରଣ ଛତିଶଗଡର ବିଜାପୁର ଜିଲ୍ଲା ପାମେଡ ଥାନା ଜରାପଲ୍ଲି ପଂଚାୟତ ମେଦାଗୁଡା ଗ୍ରାମର ହୋଇଥିବାବେଳେ ସେ ଓଡିଆ,ତେଲୁଗୁ,ଛତିଶଗଡି ଏବଂ କୁଇ ଭାଷା ଜାଣିଥିବା ଜଣାପଡିଛି । ପତ୍ନୀ ତଲସା ହୁଇକା ଓରଫ ତଲସୁ ଗତ ଜୁଲାଇ ୧୮ରେ କୋରାପୁଟ ଠାରେ ପୋଲିସ ମହାନିର୍ଦ୍ଦେଶକ ଅଭୟଙ୍କ ନିକଟରେ ଆତ୍ମସମପର୍ଣ କରିଥିଲା ଓ ସେହି କାରଣରୁ ସେ ମଧ୍ୟ ମାଓ ସଂଗଠନ ଛାତି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଆଜି ଆତ୍ମସମର୍ପଣ କରିଥିବା କିରଣ ପୋଲିସ ନିକଟରେ ପ୍ରକାଶ କରିଥିବା ଡିଆଇଜି ସୂଚନା ଦେଇଛନ୍ତି । ୨୦୧୨ ରେ କିରଣ ସିପିଆଇ(ମାଓବାଦୀ)ରେ ଛତିଶଗଡ ପାମେଡୁ ଏରିଆ କମିଟିରେ ଜଣେ ସଦସ୍ୟ ଭାବେ ଯୋଗ ଦେଇଥିଲା । ପରବର୍ତି ସମୟରେ ପଦନ୍ନୋତି ପାଇ ୨୦୧୫ରୁ ୨୦୧୮ ଯାଏଁ ନନ୍ଦପୁର,ଗୁମ୍ମା ଓ ପେଦାବାଇଲୁ ଏରିଆ କମିଟି ସଦସ୍ୟ ଭାବେ ଦାୟିତ୍ୱ ତୂଲାଉ ଥିବାବେଳେ ୨୦୧୮ରେ ଆନ୍ଧ୍ର ପୋଲିସ ଦ୍ୱାରା ଗିରଫ ହୋଇଥିଲା । କିରଣର ସ୍ତ୍ରୀ ତଲସୁ ମାଓ ସଂଗଠନରେ ସକ୍ରୀୟ ଥିବାରୁ ସେ ୨୦୧୯ ମଇ ମାସରେ ଜେଲରୁ ମୁକୁଳିବା ପରେ ପୁନର୍ବାର ମାଓ ସଂଗଠନରେ ଯୋଗ ଦେଇ ଗୁମ୍ମା ଏରିଆ କମିଟିରେ ଯୋଗ ଦେଇଥିଲା । କିନ୍ତୁ ଗତ ଜୁଲାଇରେ ତଲସୁ ଆତ୍ମସମର୍ପଣ କରିଥିବାରୁ ସେ ମଧ୍ୟ ଆତ୍ମସମର୍ପଣ କରିଥିବା ଡିଆଇଜି ସୂଚନା ଦେଇଛନ୍ତି । ୨୦୧୬ ରାମାଗୁଡା ଗୁଳି ବିନିମୟ,୨୦୧୫ର ବେଇଜିଂ ଗୁଳିବ ବିନିମୟ,୨୦୧୯ରେ ତିରିଆ ,୨୦୨୦ରେ ତୋଟାଗୁଡା ଓ ୨୦୨୧ର ଚଣ୍ଡାମେଟା ଗୁଳି ବିନିମୟ ଘଟଣାରେ ସୋନାଲ୍ ମାଡଭି ସମ୍ପୃକ୍ତ ଥିବା ଡିଆଇଜି ସାମ୍ବାଦିକ ସମିଳନୀରେ ପ୍ରକାଶ କରିଛନ୍ତି । ତେବେ ସୋନାଲକୁ ଆତ୍ମ ସମର୍ପର୍ଣ କରିଥିବାରୁ ରାଜ୍ୟ ସରକାର କିରଣ ମୁଣ୍ଡ ଉପରେ ଘୋଷଣା କରିଥିବା ୪ ଲକ୍ଷ ଟଙ୍କ ପୁରଷ୍କାର ରାଶି ତାକୁ ଦିଆ ଯିବା ସହ ରାଜ୍ୟ ସରକାରଙ୍କ ଦ୍ୱାରା ଆତ୍ମସମର୍ପଣ ଓ ପୁନର୍ବାସ ଯୋଜନାରେ ନକ୍ସଲଙ୍କୁ ଦିଆ ଯାଉଥିବା ସମସ୍ତ ସୁବିଧା ଦିଆଯିବ ବୋଲି ଡିଆଇଜି ସାମ୍ବାଦିକ ସମିଳୀରେ ପ୍ରକାଶ କରିଛନ୍ତି । ମାଓ ସଙ୍ଗଠନରେ ଥିବା ଅନେକ ଯୁବକ ଯୁବତୀ ଭୟରେ କ୍ୟାମ୍ପ ଛାଡି ଆସି ପାରୁନଥିବା ମାଓବାଦୀମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଡିଆଇଜି ଆହ୍ୱାନ ଦେଇଛନ୍ତି ।