Home ଓଡ଼ିଶା କୋରାପୁଟ ପୌରପରିଷଦର ୫ ଟି ସ୍ଥାନରେ ପିଠା ଶିବିର

କୋରାପୁଟ ପୌରପରିଷଦର ୫ ଟି ସ୍ଥାନରେ ପିଠା ଶିବିର

272

କୋରାପୁଟ ୧୪-୦୧-୧୯(ଓଡିଆ ପୁଅ/ରଂଜନ କୁମାର ଦାସ)ଆସନ୍ତାକାଲିଠାରୁ ୨୦ ତାରିଖ ପର୍ଯ୍ୟନ୍ତ ପିଠା କାର୍ଯ୍ୟକ୍ରମ ଶିବିର ଆୟୋଜନ କରାଯାଉଥିବା ବେଳେ କୋରାପୁଟ ପୌରପରିଷଦରର ୫ ଟି ସ୍ଥାନରେ ପିଠା ଶିବିର ଆୟୋଜନ କରାଯିବ ବୋଲି ନିର୍ବାହୀ ଅଧିକାରୀ ଗୈାରଚନ୍ଦ୍ର ପଟନାୟକ ସୂଚନା ଦେଇଛନ୍ତି।ପୂଜାରୀପୁଟ କଲ୍ୟାଣମଣ୍ଡପଠାରେ ଓାର୍ଡ ନମ୍ବର ୧, ୨, ୪ଓ ୫ର ବାସିନ୍ଦାମାନଙ୍କୁ ନେଇ ଦିନ ୧୧ ଘ.ରୁ ୧ ଘ. ପର୍ଯ୍ୟନ୍ତ ଶିବିର ଆୟୋଜିତ ହେବ ଓ ଏଥିରେ ପୌରପରିଷଦ ଏବଂ ସରକାରଙ୍କ ସମସ୍ତ ବିକାଶମୂଳକ କାର୍ଯ୍ୟକ୍ରମ ଉପରେ ସଚେତନତା କରାଯିବ ବୋଲି ସେ ସୂଚନା ଦେଇଥିଲେ।ସେହିପରି ହାଉସିଂବୋର୍ଡ କଲୋନୀର ଗୋଷ୍ଠୀ କେନ୍ଦ୍ରରେ ଓାର୍ଡ ନମ୍ବର ୩ ଓ ୧୭, ଟାଉନହଲରେ ଓାର୍ଡ ନମ୍ବର ୬, ୭, ୧୧, ୧୨, ୧୩ ଓ ୧୪, ଗାନ୍ଧିନଗର କଲ୍ୟାଣମଣ୍ଡପରେ ଓାର୍ଡ ନମ୍ବର ୮, ୯, ୧୦, ୧୫ ଓ ୧୬ ଏବଂ ଓଏମପି କଲ୍ୟାଣମଣ୍ଡପରେ ଓାର୍ଡ ନମ୍ବର ୧୮, ୧୯, ୨୦ ଓ୨୧ର ବାସିନ୍ଦାମାନେ ଯୋଗଦେବେ ବୋଲି ସେ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.