Home କୋରାପୁଟ କୋରାପୁଟ ନଗର ବିଜେପି ପକ୍ଷରୁ ଡ.ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜୟନ୍ତୀ ପାଳିତ

କୋରାପୁଟ ନଗର ବିଜେପି ପକ୍ଷରୁ ଡ.ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜୟନ୍ତୀ ପାଳିତ

68

କୋରାପୁଟ ୦୬-୦୭(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ନଗର ବିଜେପି ପକ୍ଷରୁ ବିଶିଷ୍ଠ ଶିକ୍ଷାବିତ ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୧୨୦ ତମ ଜୟନ୍ତୀ ପାଳିତ ହୋଇଯାଇଛି ।କୋରାପୁଟର ପୂର୍ବତନ ସାଂସଦଙ୍କ କୋରାପୁଟ ବାସଭବନରେ ଜୟନ୍ତୀ ପାଳନ କରାଯାଇଥିଲା ।କୋରାପୁଟର ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ , ପୂର୍ବତନ ଜିଲ୍ଲା ବିଜେପି ସଭାପତି ବିଜୟ କୁମାର ମିଶ୍ର ,ତ୍ରୀପୁରାରୀ ଗରଡା , ଅଶ୍ୱିନୀ ପଟନାୟକ , ଡି.ରାମା ରାଓ , ଜିଲ୍ଲା ସଂପାଦକ ଡି.ଶ୍ରୀଦେବୀ ,ମହେଶ ବାଘ ,ନଗର ସଂପାଦକ ଅମରେନ୍ଦ୍ର ସେଠୀ, ଅଖିଲ ମଲ୍ଲିକ, ଜ୍ୟୋତି, ଭାଗିରଥି ପାଟନିଆ ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ କରି ଡ.ଶ୍ୟାମା ପ୍ରସାଦଙ୍କ ଫଟୋଚିତ୍ରରେ  ପୁଷ୍ପ ଦେଇ ଶ୍ରଦ୍ଧାଞଳୀ ଅର୍ପଣ  କରିଥିଲେ ।ବିଜେପି ନେତା ଓ କର୍ମିମାନେ ପୂର୍ବତନ ସାଂସଦଙ୍କ ବାସ ଭବନରେ ବୃକ୍ଷ ରୋପଣ କରିଥିଲେ ।ଏହାପରେ କୋରାପୁଟ ସରକାରୀ ବାଳିକା ବିଦ୍ୟାଳୟ ପରିସରରେ ବିଜେପି ନେତା , କର୍ମି ଓ ବିଦ୍ୟାଳୟର ଶିକ୍ଷୟତ୍ରୀମାନେ ଯୋଗଦେଇ ଗୋଟିଏ ଗୋଟିଏ ବୃକ୍ଷ ରୋପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.