Home କୋରାପୁଟ        କୋରାପୁଟ ଜିଲ୍ଲାରେ ୫୨ଜଣ କରୋନା ପଜିଟିଭ ଚିହ୍ନଟ  

       କୋରାପୁଟ ଜିଲ୍ଲାରେ ୫୨ଜଣ କରୋନା ପଜିଟିଭ ଚିହ୍ନଟ  

80

କୋରାପୁଟ ୦୬-୦୭(ଓଡିଆ ପୁଅ /ରଂଜନ ଦାସ) ମଙ୍ଗଳବାର କୋରାପୁଟ ଜିଲ୍ଲାରେ  ୨୨ଜଣ ମହିଳାଙ୍କ ସମେତ   ୫୨ଜଣ  କରୋନା ପଜିଟିଭ ଚିହ୍ନଟ  ହୋଇଥିବାବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା  ୧୮୪୨୫ରେ ପହଂଚିଛି ।  ଆଜିର ଆକ୍ରାନ୍ତ ମାନଙ୍କ ମଧ୍ୟରୁ କୋରାପୁଟ ପୌରାଂଚଳରୁ ୬,ଜୟପୁର ପୌରାଂଚଳରୁ ୧୧ ଓ ସୁନାବେଡା ପୌରାଂଚଳରୁ ୫ ଜଣ   ପଜିଟିଭ ଚିହ୍ନଟ ହୋଇଛନ୍ତି ।  ସେହିପରି  ଆଜି  ବୈପାରିଗୁଡା ବ୍ଲକରୁ ୫,ବୋରିଗୁମ୍ମାରୁ ୧୦,ଦଶମନ୍ତପୁରରୁ ୨,ଜୟପୁର ବ୍ଲକରୁ ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କୋଟପାଡ ବ୍ଲକରୁ ୧,ଲକ୍ଷ୍ମୀପୁର ବ୍ଲକରୁ ୪,ନନ୍ଦପୁର ବ୍ଲକରୁ ୩ ଓ ସେମଲିଗୁଡା ବ୍ଲକରୁ   ଜଣେ  ଆକ୍ରାନ୍ତ ଚିହ୍ନଟ ହୋଇଥିବା  ଜଣାପଡିଛି । କୋଟପାଡ ଏନଏସି ସମେତ ବନ୍ଧୁଗାଁ,କୋରାପୁଟ,କୁନ୍ଦୁରା,ଲମତାପୁଟ,ନାରାୟଣପାଟଣା ଏବଂ ପଟ୍ଟାଙ୍ଗୀ  ବ୍ଲକରୁ ଆଜି ଜଣେ ହେଲେ ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି ।  ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ଜୁଲାଇ ୫  ତାରିଖ ସୁଦ୍ଧା ୪ ଲକ୍ଷ  ୮୬୦ ଜଣଙ୍କୁ କରୋନା ଟୀକାକରଣ କରାଯାଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ସେହିପରି ଆଜି  ସୁଦ୍ଧା ଜିଲ୍ଲାରେ ମୋଟ   ଆକ୍ରାନ୍ତଙ୍କ ଭିତରୁ  ୧୭୬୮୧ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବାବେଳେ  ୬୮୨ ଟି ସକ୍ରୀୟ କେସ ରହିଛି ।  ଜିଲ୍ଲାରେ ଆଜି   ସୁଦ୍ଧା  କରୋନା ଜନିତ  ମୋଟ ମୃତ୍ୟୁ ସଂଖ୍ୟା    ୬୨ରେ  ରହିଛି  ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.