Home କୋରାପୁଟ କୋରାପୁଟ ଡିଏମଏଫ ବୋର୍ଡ ଟ୍ରଷ୍ଟି ବୈଠକ- କୋରାପୁଟ ଡିଆରଡିଏରେ ଡିଏମଏଫର ଦୁରପଯୋଗ ନେଇ ବିଗିଡିଲେ ସାଂସଦ

କୋରାପୁଟ ଡିଏମଏଫ ବୋର୍ଡ ଟ୍ରଷ୍ଟି ବୈଠକ- କୋରାପୁଟ ଡିଆରଡିଏରେ ଡିଏମଏଫର ଦୁରପଯୋଗ ନେଇ ବିଗିଡିଲେ ସାଂସଦ

86

କୋରାପୁଟ ; ତା୧୪-୧୦-୧୯(ଓଡିଆ ପୁଅ /ରଂଜନ କୁମାର ଦାସ)ସ୍ଥାନୀୟ ସଦଭାବନା ସଭାଗୃହଠାରେ କୋରାପୁଟ ଡିଏମଏଫ ବୋର୍ଡ ଟ୍ରଷ୍ଟି ବୈଠକ ଅନୁଷ୍ଟିତ ହୋଇଯାଇଛି ।କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ କୋରାପୁଟ ସାଂସଦ ସପ୍ତଗିରି ଉଲକା ଯୋଗଦେଇ କୋରାପୁଟ ଡିଆରଡିଏ କାର୍ଯ୍ୟାଳୟର ସୈାନ୍ଦର୍ଯ୍ୟକରଣରେ ଡିଏମଏଫର ଦୁରୁପଯୋଗ ହୋଇଥିବା ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହେବାପରେ ଜିଲ୍ଲାପ୍ରଶାସନ ଚୁପ ହୋଇ ବସିଥିବାରୁ  ବିଗିଡିଯାଇ ତୁରନ୍ତ କମିଟିକୁ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।ଡିଏମଏଫର  ଠିକଭାବେ ଖର୍ଚ୍ଚ କରିବା ପାଇଁ ସେ ପରାମର୍ଶ ଦେଇଥିଲେ ।କୋରାପୁଟ ବିଧାୟକ ରଘୁରାମ ପଡାଲ , ଲକ୍ଷ୍ମିପୁର ବିଧାୟକ ପ୍ରଭୁ ଜାନି ଓ ପଟ୍ଟାଙ୍ଗୀ ବିଧାୟକ ପ୍ରଭୁ ଜାନି ଯୋଗଦେଇ ଡିଏମଏଫରେ ଶିକ୍ଷା ଓ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେବାକୁ ପରାମର୍ସ ଦେଇଥିଲେ ।୨୦୧୮ /୧୯ ଅର୍ଥକି ବର୍ଷରେ ମାତ୍ର ୧୨ କୋଟି ୫୪ ଲକ୍ଷ ଓ ୨୦୧୯ /୨୦ ଅର୍ଥକବର୍ଷରେ ମାତ୍ର ୭ କୋଟି ୬୨ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିବା ଜଣାପଡିଛି ।କୋରାପୁଟ ଡିଏମଏଫ ଖାତାରେ ଏବେ ୧୦୦ କୋଟି ୫୯ ଲକ୍ଷ ଟଙ୍କା ମହଜୁଦ ଥିବା ଜଣାପଡିଛି ।ଏହି ବୈଠକରେ କୋରାପୁଟ ବନଖଣ୍ଡ ଅଧିକାରୀ ରିଙ୍ଗୁ କୁମାରୀ ,ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ତଥା ଡିଏମଏଫର ନୋଡାଲ ଅଧିକାରୀ ପ୍ରବୀର କୁମାର ନାୟକ ,ଯୋଜନା ଉପ ନିର୍ଦ୍ଦେଶକ ଲକ୍ଷ୍ମିଧର ବିଶ୍ୱାଲ , ସାଉଥକୋର ନିର୍ବାହୀ ଯନ୍ତ୍ରୀ ଚମନ ଲାକ୍ରା , ପଟ୍ଟାଙ୍ଗୀ ବିଡିଓ କରୁଣାକର ପ୍ରଧାନ , ଜିଲ୍ଲା ମଙ୍ଗଳ ଅଧିକାରୀ ମଧୁସ୍ମିତା ମହାପାତ୍ର , ଜଳବିଭାଜିକା ପିଡି ଭବାନୀ ଶଙ୍କର କାଲ , ଏସଏସଏର ଭେଙ୍କେଟେଶ୍ୱର ମିଶ୍ର  ପ୍ରମୁଖ ଉପସ୍ଥିତ ଥିଲେ ।କାର୍ଯ୍ୟକ୍ରମକୁ ଏପିଡି ହିମାଂଶୁ ଶତପଥି ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.