Home କୋରାପୁଟ                  କୋରାପୁଟ ଜିଲ୍ଲାରେ ୪୦ଜଣ କରୋନା ପଜିଟିଭ ଚିହ୍ନଟ , ୪ ମୃତ

                 କୋରାପୁଟ ଜିଲ୍ଲାରେ ୪୦ଜଣ କରୋନା ପଜିଟିଭ ଚିହ୍ନଟ , ୪ ମୃତ

41

କୋରାପୁଟ ୦୮-୦୭(ଓଡିଆ ପୁଅ /ରଂଜନ ଦାସ) ଗୁରୁବାର କୋରାପୁଟ ଜିଲ୍ଲାରେ  ୧୨ଜଣ ମହିଳାଙ୍କ ସମେତ   ୪୦ ଜଣ  କରୋନା ପଜିଟିଭ ଚିହ୍ନଟ  ହୋଇଥିବାବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା  ୧୮୪୯୭ରେ ପହଂଚିଛି ।  ଆଜିର ଆକ୍ରାନ୍ତ ମାନଙ୍କ ମଧ୍ୟରୁ କୋରାପୁଟ ପୌରାଂଚଳରୁ  ୭,ଜୟପୁର ପୌରାଂଚଳରୁ ୭ ଓ ସୁନାବେଡା ପୌରାଂଚଳରୁ ୯ ଜଣ   ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।  ସେହିପରି  ଆଜି  ବନ୍ଧୁଗାଁ ବ୍ଲକରୁ ୨,ଦଶମନ୍ତପୁର ବ୍ଲକରୁ ୨,ଜୟପୁର ବ୍ଲକରୁ ଜଣେ ଆକ୍ରାନ୍ତ ଚିହ୍ନଟ  ହୋଇଥିବାବେଳେ କୋଟପାଡ ବ୍ଲକରୁ ୨,ଲମତାପୁଟ ବ୍ଲକରୁ ୧,ନନ୍ଦପୁର ବ୍ଲକରୁ ୪,ନାରାୟଣପାଟଣା ବ୍ଲକରୁ ୪ଓ ସେମିଲିଗୁଡା ବ୍ଲକରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା  ଜଣାପଡିଛି । କୋଟପାଡ ଏନଏସି ସମେତ ବୈପାରିଗୁଡା,ବୋରିଗୁମ୍ମା,କୋରାପୁଟ,କୁନ୍ଦୁରା,ଲକ୍ଷ୍ମୀପୁର ଓ ପଟ୍ଟାଙ୍ଗୀ  ବ୍ଲକରୁ ଆଜି ଜଣେ ହେଲେ ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି ।  ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ଜୁଲାଇ  ୮  ତାରିଖ ସୁଦ୍ଧା ୪ ଲକ୍ଷ   ୧୬ ହଜାର  ୧୧୬ ଜଣଙ୍କୁ କରୋନା ଟୀକାକରଣ କରା ଯାଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ସେହିପରି ଆଜି  ସୁଦ୍ଧା ଜିଲ୍ଲାରେ ମୋଟ   ଆକ୍ରାନ୍ତଙ୍କ ଭିତରୁ  ୧୭୮୧୭ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବାବେଳେ  ୬୮୯ ଟି ସକ୍ରୀୟ କେସ ରହିଛି ।  ଜିଲ୍ଲାରେ  ଗୁରୁବାର  ୪ ଜଣ  କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ମୋଟ ମୃତ୍ୟୁ ସଂଖ୍ୟା ୬୭ରେ  ପହଂଚିଛି  ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.