Home କୋରାପୁଟ କୋରାପୁଟ ଜିଲ୍ଲା କ୍ରୀଡା ବିଭାଗ ତରଫରୁ ଅନଲାଇନ ଆଲୋଚନାଚକ୍ର

କୋରାପୁଟ ଜିଲ୍ଲା କ୍ରୀଡା ବିଭାଗ ତରଫରୁ ଅନଲାଇନ ଆଲୋଚନାଚକ୍ର

43

କୋରାପୁଟ ୦୫-୦୬(ଓଡିଆ ପୁଅ /ରଂଜନ ଦାସ)କରୋନା ମହାମାରୀ ସମୟରେ ସମସ୍ତ ଶିକ୍ଷାନୁଷ୍ଠାନ ଓ ପ୍ରଶିକ୍ଷଣ କେନ୍ଦ୍ର ବନ୍ଦ ରହିଥିବା ବେଲେ କ୍ରୀଡାବିତମାନଙ୍କ ମନୋବଳ ସୁଦୃଢ କରିବା ନିମନ୍ତେ କୋରାପୁଟ ଜିଲ୍ଲା କ୍ରୀଡା ବିଭାଗ ତରଫରୁ ଏକ ଜାତୀୟସ୍ତର ଆଲୋଚନାଚକ୍ର ଆୟୋଜିତ ହୋଇଯାଇଛି ।ଏହି ଆଲୋଚନାଚକ୍ରରେ ରାଜ୍ୟ ଶକ୍ତିମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର , ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ,ସଂସ୍କୃତି , ସୁଚନା ଓ ଲୋକ ସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ,ଆନ୍ତର୍ଜାତୀୟ ହକି ଖେଳାଳୀ ପଦ୍ମଶ୍ରୀ ଦିଲିପ ତିର୍କି , ସୁନାମଧନ୍ୟ କଣ୍ଢଶିଳ୍ପୀ କ୍ରୀଷ୍ଣା ବେଉରା ,ଜେଏନୟୁର ସହାୟକ ପ୍ରଫେସର ହେଫିମନ ଜାକବ , ଅଭିନେତ୍ରୀ ଏଲିନା ଦାସ ପ୍ରମୁଖ ଯୋଗଦେଇ ଘରେ ସୁରକ୍ଷିତ ରହି ନିଜର ମାନସିକ ସ୍ଥିତିର ଦୃଢତା ରକିବା ସହ କିପରି  ଶାରିରୀକ ଫିଟନେଓ ଜାରି ରଖିପାରିବେ ସେଥି ନିମନ୍ତେ ପରାମର୍ଶ ଦେଇଥିଲେ ।ଏହ  ଅନଲାଇନ ଆଲୋଚନାଚକ୍ରରେ କୋରାପୁଟ କ୍ରୀଡା ହଷ୍ଟେଲର କୋଚ ଓ ଛାତ୍ରମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ ।କାର୍ଯ୍ୟକ୍ରମକୁ କୋରାପୁଟ ଜିଲ୍ଲା କ୍ରୀଡା ଅଧିକାରୀ ଅର୍ଚ୍ଚନା ଦାସ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.