Home କୋରାପୁଟ କୋରାପୁଟ ଜିଲ୍ଲାର ହଳଦୀ ବାଙ୍ଗାଲୋର ଗଲା

କୋରାପୁଟ ଜିଲ୍ଲାର ହଳଦୀ ବାଙ୍ଗାଲୋର ଗଲା

47

କୋରାପୁଟ ୦୫-୦୬(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଜିଲ୍ଲାର ହଳଦୀ ବାଙ୍ଗାଲୋର ଯାଇଥିବା ଜଣାପଡିଛି ।କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ତୟାପୁଟଠାରେ ଚମ୍ପି,ଡୁମୁରିପଦର ,କଣାପାଢୀ,ଟିମାଝୋଲା,ଲଛମଣି ,ତୟାପୁଟ ପ୍ରଭୃତି ଗ୍ରାମର ଚାଷୀମାନେ ଉତ୍ପାଦିତ ହଳଦୀ ଆଣିଥିଲେ ।ଏଠାରୁ ଇଫକୋ-କିଶାନ ୨୦ ଟନ ହଳଦୀ କ୍ରୟ କରି ନେଇଥିବା ଓରମାସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରୋସନ କାର୍ତିକ ସୂଚନା ଦେଇଛନ୍ତି ।ହଳଦୀ କେଜି ପିଛା ୯୦ ଟଙ୍କାରେ ଚଷୀମାନେ ବିକ୍ରୀ କରିଥିବା ସେ ପ୍ରକାଶ କରିଛନ୍ତି ।ବଜାରରେ ଚାଷୀମାନେ ହଳଦୀ  କେଜି ପିଛା ୮୦ଟଙ୍କା ବିକ୍ରୀ କରୁଥିଲେ  ଏବେ ୯୦ ଟଙ୍କାରେ ବିକ୍ରୀ କରିଥିବାରୁ ନିଶ୍ଚିତଭାବେ ଚାଷୀମାନେ ଉପକୃତ ହୋଇଥିବା ଜଣାପଡିଛି ।କୋରାପୁଟ ଜିଲ୍ଲାର ଚାଷୀମାନେ ଜୈବ ହଳଦୀ ଚାଷ କରି ସ୍ଥାନୀୟ ବଜାରରେ ବିକ୍ରୀ କରୁଥିଲେ ଏବେ ଓରମାସ ଓ କାପକୋ ସହାୟତାରେ ଚାଷୀମାନଙ୍କର ହଳଦୀ କ୍ରୟ  କରାଯାଉଥିବାରୁ ଚାଷୀମାନେ ଉତ୍ସାହିତ ହୋଇ ଅଧିକା ଚାଷ କରିବେ ବୋଲି ଆଶା ପ୍ରକାଶ ପାଇଛି ।ଇଫକୋ-କିଶାନ ୧ହଜାର ଟନ ହଳଦୀ କ୍ରୟ କରିବାର ଯୋଜନା ରଖିଥିବା ଓରମାସ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ରୋସନ କାର୍ତିକ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.